Only for Entertainment

ବଲିଉଡର ନୂଆ ଲଭବର୍ଡସ ଅଟନ୍ତି ସାରା ଅଲୀ ଖାନ-ସୁଶାନ୍ତ ସିଂ ରାଜପୂତ !

41

ସୁଶାନ୍ତ ସିଂ ରାଜପୂତ ଏବଂ ସାରା ଅଲୀ ଖାନ ବଲିଉଡ ଫିଲ୍ମ କେଦାରନାଥ ସହ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସାରାଙ୍କ ବିପକ୍ଷରେ ନଜର ଆସିଥିଲେ ସୁଶାନ୍ତ ସିଂ ରାଜପୁତ । ଫିଲ୍ମରେ ଦୁହିଁଙ୍କ କେମେଷ୍ଟ୍ରି ଫ୍ୟାନ୍ସମାନେ ଖୁବ ପସନ୍ଦ କରିଥିଲେ । କିନ୍ତୁ ଏବେ ଚର୍ଚ୍ଚା ଜୋର ଧରିଛି ଯେ କୁଆଡେ ସାରା ଏବଂ ସୁଶାନ୍ତଙ୍କ ଯୋଡି ଏବେ ରିୟଲ ଲାଇଫରେ ହେବା ଆରମ୍ଭ ହୋଇଗଲାଣି ।

ଏକ ରିପୋର୍ଟ ମୁତାବକ ୨୧ଜାନୁଆରୀରେ ସୁଶାନ୍ତଙ୍କ ଜନ୍ମଦିନ ସେଲିବ୍ରେଟ କରିବା ପାଇଁ ସାରା ସ୍ପେଶାଲି ଡେରାଡୁନରୁ ଫେରିଥିଲେ । ସୁଶାନ୍ତଙ୍କ ଦିନକୁ ଖାସ କରିବା ଲାଗି ସାରା କେକ ନେଇ ଆସିଥିଲେ । ଦୁହେଁ ଷ୍ଟାର ଏହି ଖାସ ମୁହୁର୍ତ୍ତରେ ଡିନର ଡେଟ ପାଇଁ ଯାଇଥିଲେ । ସାରା ଏବଂ ସୁଶାନ୍ତଙ୍କ ଏଭଳି କେମେଷ୍ଟ୍ରି ଦେଖି ଅନୁମାନ ଲଗାଯାଉଛି ଯେ ବଲିଉଡରେ ଏବେ ନୂଆ ଲଭ ବର୍ଡସଙ୍କ ଏଂଟ୍ରି ହେଉଛି ।


ଯଦିଓ ସାରା କାର୍ତ୍ତିକ ଆର‌୍ୟନଙ୍କୁ ପସନ୍ଦ କରନ୍ତି, ତାଙ୍କ ସହ ଡେଟରେ ଯିବାକୁ ଚାହାନ୍ତି । ସେହିଭଳି ସୁଶାନ୍ତ ଏବଂ ଅଙ୍କିତାଙ୍କ ବ୍ରେକଅପ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥିଲା । ଏହାପରେ ତାଙ୍କ ନାଁ ରାବତା ଷ୍ଟାରର ସୁଶାନ୍ତଙ୍କ ସହ ଯୋଡି ହୋଇଥିଲା । କିନ୍ତୁ ସାରା ଏବଂ ସୁଶାନ୍ତ ଯୋଡିକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More