Only for Entertainment

ପୁଣିଥରେ ଘୁଂଚିଲା ଫିଲ୍ମ ‘ଡ୍ରାଇଭ୍’ର ରିଲିଜ ତାରିଖ, ଏହା ହେଉଛି କାରଣ !

27

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୂତ ଏବଂ ଜ୍ୟାକଲିନ ଫର୍ଣ୍ଣାଡିଜ ଷ୍ଟାର ‘ଡ୍ରାଇଭ’ର କିଛି ଦିନ ହେବ ଡେଟ ବଦଳିବାକୁ ନେଇ ଚର୍ଚ୍ଚାରେ ରହିଛି । ଫିଲ୍ମର କାହାଣୀ ସ୍ପିଡ ରେସିଂ ଏବଂ କାର ଚେସିଂ କୁ ନେଇ ଆଧାରିତ । ଶୁଣିବାକୁ ମିଳିଛି ଯେ ଫିଲ୍ମ ହଲିଉଡ ଫିଲ୍ମ ଫାଷ୍ଟ ଆଣ୍ଡ ଫ୍ୟୁରିଅସ ଉପରେ ଆଧାରିତ । ଏହି ଫିଲ୍ମକୁ ତରୁଣ ମନସୁଖାନୀ ନିର୍ଦ୍ଦେଶନା କରୁଛନ୍ତି ।

ରିଲିଜ ତାରିଖ ବିଷୟରେ କହିବାକୁ ଗଲେ ପ୍ରଥମେ ଏହି ଫିଲ୍ମ ୨୦୧୮ ସେପ୍ଟେମ୍ବରରେ ରିଲିଜ ହେବାର ଥିଲା । ମାତ୍ର ଚଳିତ ବର୍ଷ ରିଲିଜ ହେବ ନାହିଁ ଖବର ଶୁଣିବାକୁ ମିଳିଥିଲା । ଏହାପରେ ଫିଲ୍ମ ୨୦୧୯ରେ ରିଲିଜ ହେବ ବୋଲି ଖବର ଆସିଥିଲା । କିନ୍ତୁ ଏବେ ଲାଗୁଛି ଯେ ଫିଲ୍ମ ଏବେ ମଧ୍ୟ ରିଲିଜ ହେବ ନାହିଁ । ରିପୋର୍ଟ ମୁତାବକ ଏହାର ରିଲିଜ ତାରିଖ ପୁଣି ବଦଳିଛି ଯାହା ପଛରେ କିଛି ଭିନ୍ନ କାରଣ ରହିଛି । ଶୁଣିବାକୁ ମିଳିଛି ଯେ ଏଥିରେ ବିଏଫଏକ୍ସ ଅତ୍ୟଧିକ ବ୍ୟବହାର କରାଯାଇଛି ଯାହାକୁ ସମ୍ପୂର୍ଣ୍ଣ କରିବା ପାଇଁ ସମୟ ଲାଗୁଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଏହି ଫିଲ୍ମର ରିଲିଜ ତାରିଖ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଏବେ ଦେଖିବାକୁ ବାକି ରହିଲା ଫିଲ୍ମ କେବେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More