Only for Entertainment

‘ଦିଲ ବେଚାରା’ର ରିଲିଜ ଡେଟ ଆଉଟ, ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ସୁଶାନ୍ତ ସିଂ – ସଂଜନା ।

twitter post of taran adarsh
68

ସୁଶାନ୍ତ ସିଂ ରାଜପୁତ ଏବଂ ସଂଜନା ସାନ୍ଧୀଙ୍କ ଫିଲ୍ମ ଦିଲ ବେଚାରାକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ସୁଶାନ୍ତନ୍ତଙ୍କ ଏହି ଫିଲ୍ମର ଘୋଷଣା ହୋଇ ସାରିଛି । ସବୁଟାରୁ ଖାସ କଥା ହେଉଛି ଯେ, ଏହି ଫିଲ୍ମ ଅଜୟ ଦେବଗନଙ୍କ ଫିଲ୍ମ ତାନାଜୀକୁ ବକ୍ସ ଅଫିସରେ ଟକ୍କର ଦେବ । ଆଜ୍ଞା ହଁ, ସୁଶାନ୍ତଙ୍କ ଏହି ଫିଲ୍ମ ୨୯ ନଭେମ୍ବରରେ ରିଲିଜ ହେବ ବୋଲି ଘୋଷଣା ହୋଇଥିବା ବେଳେ ଅଜୟ ଦେବଗନଙ୍କ ଫିଲ୍ମ ତାନାଜୀ ୨୨ ନଭେମ୍ବରରେ ରିଲିଜ ହେବ ।

ଜଣା ଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ସୁଶାନ୍ତଙ୍କ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ଟ୍ୱିଟ କରି ସେ ଲେଖିଥିଲେ, ‘ଏହି ନଭେମ୍ବରରେ ଭଲପାଇବା ନିଜ ରାସ୍ତା ଖୋଜି ନେବ । ଦିଲ ବେଚାରା ୨୯ ନଭେମ୍ବରରେ ରିଲିଜ ହେବାକୁ ଯାଉଛି ।

ଆପଣଙ୍କୁ କହିରଖୁଛୁ ଯେ, ଫିଲ୍ମର ମେକର୍ସ ପୂର୍ବରୁ ଏହାର ନାମ କିଜି ଔର ମୈନୀ ରଖିଥଲେ କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇ ଦିଲ ବେଚାରା ରଖାଯାଇଛି । ଏହି ଫିଲ୍ମ ପ୍ରସିଦ୍ଧ ଉପନ୍ୟାସ ‘ଫାଲ୍ଟ ଇନ ଆର ଷ୍ଟାର୍ସ’ ଉପରେ ଆଧାରିତ । ଫକ୍ସ ଷ୍ଟାର ଷ୍ଟୁଡିଓ ଏହି ଫିଲ୍ମକୁ ପ୍ରଡ୍ୟୁସ କରୁଥିବା ବେଳେ ଫିଲ୍ମରେ ପ୍ରଥମ ଥର ପାଇଁ ସୁଶାନ୍ତ ସିଂ ରାଜପୁତ ଏବଂ ସଂଜନା ସ୍କ୍ରିନ ସେୟାର କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More