Only for Entertainment

ବଦଳିଲା ସୁଶାନ୍ତ ସିଂଙ୍କ ଫିଲ୍ମ ‘କିଜ୍ଜୀ ଔର ମ୍ୟାନୀ’ର ନାମ, ଏବେ ଏହା ରହିବ ଟାଇଟଲ

Bollyworm
37

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆଗାମୀ ଫିଲ୍ମ ‘କିଜ୍ଜୀ ଔର ମ୍ୟାନୀ’କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଫିଲ୍ମ ମେକରର୍ସ ଏବେ ଫିଲ୍ମର ନାମକୁ ପରିବର୍ତ୍ତନ କରି ‘ଦିଲ ବେଚାରା’ ରଖିଛନ୍ତି । ଫିଲ୍ମର ଫାଷ୍ଟ ଲୁକ ସେୟାର କରି ମେକର୍ସ ଏହି ବିଷୟରେ ଘୋଷଣା କରିଥିଲେ । ଫିଲ୍ମରେ ସୁଶାନ୍ତ ରାଜପୁତଙ୍କ ଅପୋଜିଟରେ ସଂଜନା ସାନ୍ଧୀ ନଜର ଆସିବେ ।

କହିରଖୁଛୁ ଯେ, ଏହି ଫିଲ୍ମ ଆମେରିକୀୟ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦ ଫଲ୍ଟ ଇନ ଆୱର ଷ୍ଟାରର୍ସ’ର ହିନ୍ଦୀ ରିମେକ କିନ୍ତୁ ଫିଲ୍ମରେ ଏକ ବଡ ଟ୍ୱିଷ୍ଟ ମଧ୍ୟ ରହିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ମୁକେଶ ଛାବଡା । ଫିଲ୍ମର ଫାଷ୍ଟ ଲୁକ ପରେ ମେକର୍ସ ଖୁବ ଶୀଘ୍ର ଏହାର ରିଲିଜ ଡେଟର ମଧ୍ୟ ଘୋଷଣା କରିବେ ବୋଲି ଆଶା କରାଯାଉଛି ।

pic

କହିରଖୁଛୁ ଯେ, ଫିଲ୍ମର ଆରମ୍ଭନରୁ ଫିଲ୍ମକୁ ନେଇ ବିବାଦ ଦେଖାଦେଇଥିଲା । ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ଏକ୍ସଟ୍ରା ଫ୍ରେଣ୍ଡଲୀ ସ୍ୱଭାବ ସଂଜନାଙ୍କୁ ପସନ୍ଦ ଆସିନଥିଲା ଏବଂ ସେ ଅଧାରୁ ହିଁ ଫିଲ୍ମ ଛାଡି ଦେଇଥିଲେ । କିନ୍ତୁ ସୁଶାନ୍ତ ଏହି ଖବରକୁ ଖଣ୍ଡନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More