Only for Entertainment

କ’ଣ ସତରେ ‘ଚନ୍ଦା ମାମା ଦୂର କେ’ରେ ନଜର ଆସିବେ ନାହିଁ ସୁଶାନ୍ତ ସିଂ ରାଜପୁତ !

hdnicewallpapers
0 56

ବଲିଉଡ ଅଭିନତା ସୁଶାନ୍ତ ସିଂ ରାଜପୁତ ଖୁବ ଶୀଘ୍ର ନିଜର ଆଗାମୀ ଫିଲ୍ମ ‘କେଦାରନାଥ’ରେ ନଜର ଆସିବେ । ଫିଲ୍ମରେ ତାଙ୍କ ବିପକ୍ଷରେ ସୈଫ ଅଲୀ ଖାନଙ୍କ ଝିଅ ସାରା ଅଲୀ ଖାନ ନଜର ଆସିବେ । ଏହା ସହିତ ସୁଶାନ୍ତ ସିଂଙ୍କ ବିଷୟରେ ଆଉ ଏକ ଖବର ଶୁଣିବାକୁ ମିଳିଛି । ଖବର ଅନୁସାରେ ସମୟ ଅଭାବରୁ ସୁଶାନ୍ତ ନିଜର ଆଉ ଏକ ଆଗାମୀ ଫିଲ୍ମ ‘ଚନ୍ଦା ମାମା ଦୂର କେ’ରେ ନଜର ଆସିବେ ନାହିଁ । କିନ୍ତୁ ସୁଶାନ୍ତ କହିଛନ୍ତି ଯେ ସେ ମହାକାଶ ଉପରେ ଫିଲ୍ମ ନିଶ୍ଚିତ କରିବେ । କିଛି ଦିନ ହେବ ସୁଶାନ୍ତ ଚାନ୍ଦରେ ଜମି କିଣିଥିବା ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ ।

sushant-singh-rajput-

ଶୁଣିବାକୁ ମିଳିଥିଲା ଯେ ସୁଶାନ୍ତୁ ଭାରତର ପ୍ରଥମ ମହାକାଶ ବିଷୟରେ ଫିଲ୍ମ ନିର୍ମାଣ କରିବା ବୋଲି ଦାବି କରିଥିଲେ । ‘ଇନ୍ସାଇ ବେଞ୍ଚର୍ସ ପ୍ରଇଭେଟ ଲିମିଟେଡ’ ଏହି ଫିଲ୍ମକୁ ନିର୍ମାଣ କରିବ । କହିରଖୁଛୁ ଯେ ସୁଶାନ୍ତ ସିଂ ରାଜପୁତ ବେଂ ଶିଳ୍ପପତି ବରୁଣ ମାଥୁର ଏହି କମ୍ପାନୀର ସହ ସଂସ୍ଥାପକ ।

ମାଥୁରଙ୍କ କହିବା ଅନୁସାରେ ସୁଶାନ୍ତଙ୍କର ମହାକାଶ ଉପରେ ଅଧିକ ରୁଚି ରହିଛି । ସେ ଏହା ବିଷୟରେ ଅଧିକ ଜାଣିବା ପାଇଁ ତାହୁଁଛନ୍ତି । କିନ୍ତୁ ସମୟ ଅଭାବରୁ ସେ ଏହି ଫିଲ୍ମରେ କାମ କରିପାରିବେ ନାହିଁ । ଏହା ସହିତ ସେ କହିଛନ୍ତି ଏହାର ଅର୍ଥ ନୁହେଁ ଯେ ମହାକାଶ ଉପରେ ଫିଲ୍ମ ନିର୍ମାଣ କରିବେ ନାହିଁ । ସେ କହିଛନ୍ତି ‘ଇନ୍ସାଇ ବେଞ୍ଚର୍ସ ପ୍ରଇଭେଟ ଲିମିଟେଡ’ ମହାକାଶ ଉପରେ ନିଶ୍ଚିତ ଫିଲ୍ମ ନିର୍ମାଣ କରିବ ଏବଂ ସୁଶାନ୍ତ ଫିଲ୍ମରେ କାମ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More