Only for Entertainment

ଧୋନିଙ୍କ ପରେ ଏବେ ଚାଣକ୍ୟ ଏବଂ କଲାମ ହେବେ ସୁଶାନ୍ତ । ୱେବ ସିରିଜରେ ୧୨ଟି ଚରିତ୍ରରେ ଆସିବେ ନଜର ।

India Today
0 68

ସୁଶାନ୍ତ ସିଂ ରାଜପୁତ ଖୁବ ଶୀଘ୍ର ନୂଆ ରେକର୍ଡ କରିବାକୁ ଯାଉଛନ୍ତି । ଏହାର କାରଣ ହେଉଛି ତାଙ୍କୁ ନୂଆ ପ୍ରୋଜେକ୍ଟ । ଏହି ପ୍ରୋଜେକ୍ଟରେ ୫୪୦ ବିସି ଠାରୁ ଆରମ୍ଭ କରି ୨୦୧୫ ପର୍ଯ୍ୟନ୍ତ ଦେଶର ମହାନ ବ୍ୟକ୍ତିତ୍ୱଙ୍କ ବିଷୟରେ ଏକ ୱେବ ସିରିଜରେ ସ୍ଥାନ ପାଇବ । ସୁଶାନ୍ତଙ୍କ ଏହି ନୂଆ ସିରିଜ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ୱେବ ସିରିଜରେ ସୁଶାନ୍ତଙ୍କୁ ୧୨ଟି ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ ।

ଏହି ୱେବ ସିରିଜକୁ ଇଂସେଇ ବେଞ୍ଚର୍ସ ପ୍ରାଇଭେଟ ଲିମିଟେଡ ପ୍ରସ୍ତୁତ କରୁଛନ୍ତି । ଏହି କମ୍ପାନୀକୁ ସୁଶାନ୍ତ ନିଜ ବିଜନେସ ପାର୍ଟନର ବରୁଣ ମାଥୁରଙ୍କ ସହିତ ମିଶି ନିର୍ମାଣ କରିଛନ୍ତି । ଏହି ସିରିଜରେ ଚାଣକ୍ୟ, ରବିନ୍ଦ୍ର ନାଥ ଟାଗୋର, ପୂର୍ବ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ନାମ ସାମିଲ ରହିଛି । ଅର୍ଥାତ ସୁଶାନ୍ତ ଏହିସବୁ ମହାନ ବ୍ୟକ୍ତିଙ୍କ ଚରିତ୍ରରେ ନଜର ଆସିବେ ।

sushant

ଇଂସେଇ ବେଞ୍ଚର୍ସ ପ୍ରାଇଭେଟ ଲିମିଟେଡର ଫାଉଣ୍ଡିଂ ପାର୍ଟନର ବରୁଣ ମାଥୁର କହିଛନ୍ତି ଦେଶର ମହାନ ବ୍ୟକ୍ତିଙ୍କ ସହିତ ଜଡିତ କାହାଣୀକୁ ଆମେ ଏହି ୱେବ ସିରିଜରେ ଦର୍ଶାଇବୁ । ଆଶା କରୁଛି ଲୋକଙ୍କୁ ଏହା ଖୁବ ପସନ୍ଦ ଆସିବ । ଏହା ସହିତ ସେ କହିଛନ୍ତି ଯେ ସୁଶାନ୍ତ ମଧ୍ୟ ଏହାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ।

ସୁଶାନ୍ତ ସିଂ ରାଜପୁତ ଇଣ୍ଡଷ୍ଟ୍ରୀର ଜଣେ ଭର୍ସାଟାଇଲ ଆକ୍ଟର । ଏହା ପୂର୍ବରୁ ସେ ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକରେ ନଜର ଆସିଥିଲେ । ଲୋକେ ତାଙ୍କର ଏହି ଚରିତ୍ରକୁ ଖୁବ ପସନ୍ଦ ମଧ୍ୟ କରିଥିଲେ । କହିରଖୁଛୁ ଯେ ଖୁବ ଶୀଘ୍ର ସାରା ଅଲୀ ଖାନଙ୍କ ସହିତ ଫିଲ୍ମ କେଦାରନାଥରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More