Only for Entertainment

ସୁଶାନ୍ତ ସିଂ ରାଜପୁତଙ୍କ ହାତରେ ଆଉ ଏକ ଫିଲ୍ମ, ‘ସଡକ’ର ସିକ୍ୱେଲରେ ଆସିବେ ନଜର ।

you tube
0 29

ପୂର୍ବରୁ ପରଦାକୁ ଆସିଥିବା ଫିଲ୍ମ ‘ସଡକ’ର ସିକ୍ୱେଲ ତିଆରି ହେବାକୁ ଯାଉଛି । ଫିଲ୍ମର ଟାଇଟଲ ରହିଛି ‘ସଡକ-୨’ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଏହାକୁ ପ୍ରଯୋଜନା କରିବେ ମହେଶ ଭଟ୍ଟ । ୧୯୯୧ ମସିହାରେ ରିଲିଜ ହୋଇଥିବା ‘ସଡକ’ ଫିଲ୍ମଟିକୁ ମଧ୍ୟ ମହେଶ ଭଟ୍ଟ ନିର୍ଦ୍ଦେଶନା ଦେଇଥିଲେ । ପୂର୍ବରୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କୁ ଦେଖିବାକୁ ମିଳିଥିଲା । ମୂଳ ଫିଲ୍ମର କାହାଣୀକୁ ନେଇ ଗତିଶୀଳ ହେବ ନୂଆ ଫିଲ୍ମର କାହାଣୀ । ଏପଟେ ସୁଶାନ୍ତ ସିଂଙ୍କ ହାତରେ କେଦାରନାଥ, ଡ୍ରାଇଭ, ସୋନଚିରିୟା, କିଜୀ ଔର ମେନି ଆଦି ଫିଲ୍ମ ରହିଛି ।

ଏବେ ପୁଣି ସେ ‘ସଡକ’ ଫିଲ୍ମରେ ସାଇନ କରିଛନ୍ତି । ଏତେସବୁ ଫିଲ୍ମରେ ସାଇନ କରିବା ପରେ ସେ ଏବେ ଖୁବ ବ୍ୟସ୍ତ । “ସଡକ-୨’ ଫିଲ୍ମ ପାଇଁ ସୁଶାନ୍ତ ମହେଶଙ୍କ ସହ ଆଲୋଚନା କରିଥିବା କଥା ଜଣା ପଡିଛି । ଏ ନେଇ ସେ ନିଜ ଟୁଇଟର ଆକାଉଣ୍ଟରେ ମହେଶଙ୍କୁ ଖୁବ ପ୍ରଶଂସା କରିଛନ୍ତି । କହିଛନ୍ତି ଆପଣଙ୍କର କିଛି ମୂଲ୍ୟବାନ ସମୟ ମୋ ପାଇଁ କଟେଇଥିବାରୁ ମୁଁ କୃତଜ୍ଞ । ବହୁତ ଦିନ ହେବ ଆପଣଙ୍କ ସହ କାମ କରିବା ପାଇଁ ମୁଁ ଅପେକ୍ଷା କରିଥିଲି । ଖୁବଶୀଘ୍ର ଫିଲ୍ମର ସୁଟିଂ ହେବ ବୋଲି ଜଣା ପଡିଛି । ଫିଲ୍ମଟିକୁ ଆସନ୍ତା ବର୍ଷରେ ରିଲିଜ କରାଯିବ ବୋଲି ସ୍ଥିର କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More