Only for Entertainment

ଏକ୍ସ ଗର୍ଲଫ୍ରେଣ୍ଡଙ୍କ ସହ କାମ କରିବା କଥାକୁ ନେଇ ସୁଶାନ୍ତ ଦେଲେ ଏଭଳି ଜବାବ !

46

ବଲିଉଡ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କିଛି ଦିନ ପୂର୍ବେ ମଣିକର୍ଣ୍ଣିକାର ପ୍ରମୋସନ ସମୟରେ ଇଂଟରଭ୍ୟୁରେ କହିଥିଲେ ଯେ ସେ ସୁଶାନ୍ତଙ୍କ ସହ କାମ କରିବାକୁ ଚାହାନ୍ତି । ସେ କହିଥିଲେ ଯେ ଯଦି କିଛି ଭଲ ଲାଗେ ଏବଂ ଫିଲ୍ମର ସ୍କ୍ରିପ୍ଟ ଭଲ ହୋଇଥାଏ ତେବେ ସେ ନିଶ୍ଚୟ କାମ କରିବେ ।

ନିକଟରେ ସୁଶାନ୍ତ ସିଂ ମଧ୍ୟ ଅଙ୍କିତାଙ୍କ ସହ କାମ କରିବା ଲାଗି ହଁ କରିଛନ୍ତି । ସେ କହିଛନ୍ତି ଯେ ସେ କାମ କରିବାକୁ କାହାକୁ ନାଁ କରିବେ ନାହିଁ ।

ପ୍ରସିଦ୍ଧ ଟିଭି ସିରିୟଲ ପବିତ୍ର ରିସ୍ତା ପାଇଁ ଚର୍ଚ୍ଚାରେ ଆସିଥିଲେ ଏହି ଯୋଡି । ତାଙ୍କର ଏହି ଯୋଡି ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ । ୭ବର୍ଷ ଦୁହେଁ ଦୁହିଁଙ୍କୁ ଡେଟ କରିବା ପରେ ସମ୍ପର୍କରେ ଆସିଥିଲା ଝଡ । କେବଳ ସେତିକି ନୁହେଁ ଦୁହେଁ ଦୁହିଁଙ୍କ ବିଷୟରେ ମିଡିଆ ସାମ୍ନାରେ କିଛି କହିବା ପାଇଁ ମଧ୍ୟ ମନା କରି ଦେଇଥିଲେ ।

ଦୁହିଁଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଅଙ୍କିତା କଙ୍ଗନା ରଣାୱତଙ୍କ ନିର୍ଦ୍ଦେଶିତ ଫିଲ୍ମ ମଣିକର୍ଣ୍ଣିକାରେ ହିଁ ବଲିଉଡରେ ଡେବ୍ୟୁ କରିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ସେହିପରି ସୁଶାନ୍ତ ସିଂ ନିକଟରେ ଫିଲ୍ମ କେଦାରନାଥ ପରେ ୧୨ଟି ଫିଲ୍ମରେ ନଜର ଆସିବେ । ନିକଟରେ ସେ ଭୂମି ପେଡନେକରଙ୍କ ସହ ଫିଲ୍ମ ସୋନ ଚିଡିଆରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More