Only for Entertainment

ସୁଶ୍ମିତା ସେନଙ୍କ ଝିଅ ଅଲିସାହର ଇଚ୍ଛା ହେଲା ପୂରଣ, ମିଳିଲା ଛୋଟ ଭାଇ !

114

ସୁଶ୍ମିତା ସେନ ଦୁଇ ଝିଅଙ୍କ ମା’ ତ ଅଟନ୍ତି ,ଯାହାଙ୍କୁ ସେ ଖୁବ ଭଲ ପାଆନ୍ତି । ଏବେ ତାଙ୍କ ପରିବାରକୁ ଆଉ ଏକ ନୂଆ ମେମ୍ବର ଆସିଛି, ଯେଉଁକାରଣରୁ ତାଙ୍କର ସବୁଠାରୁ ଛୋଟ ଝିଅ ଅଲିସାହ ଖୁବ ଖୁସି ଅଛନ୍ତି । ଝିଅର ଖୁସି ଏବଂ ନୂଆ ମେମ୍ବରଙ୍କ ଭିଡିଓ ସୁଷ୍ମିତା ସେନ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

ଭିଡିଓ ଶେୟାର କରି ସୁଷ୍ମିତା କହିଛନ୍ତି ତାଙ୍କର ଜଣେ ତାଙ୍କର ଜଣେ ଅତି ପ୍ରିୟ ବନ୍ଧୁଙ୍କର ଗୋଟିଏ ପୁଅ ହୋଇଛି । ଅଲିସାହ ସବୁବେଳେ ଛୋଟ ଭାଇ କିମ୍ବା ଭଉଣୀ ଚାହୁଁଥିଲେ । ବନ୍ଧୁଙ୍କର ପୁଅ ଜନ୍ମ ହେବାରୁ ସବୁଠାରୁ ବେଶୀ ଖୁସି ତାଙ୍କ ସାନ ଝିଅ ହୋଇଛନ୍ତି ।


ଅଲିସାହ ସବୁବେଳେ ଛୋଟ ବେବି ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିଲେ । ଏହାସହ ସୁଷ୍ମିତା ଏହାମଧ୍ୟ କହିଛନ୍ତି ଯେ ସେ ଏହି ବେବିର ଧର୍ମମାତା ବନିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More