Only for Entertainment

‘ଦିଲବର’ ଗୀତରେ ଅଭିନେତ୍ରୀ ସୁଷ୍ମିତା ସେନଙ୍କ ବେଲି ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ ।

grihshobha
0 33

ବଲିଉଡ ଅଭିନେତ୍ରୀ ସୁଷ୍ମିତା ସେନ ଏବେ ନିଜର ଫିଟନେସକୁ ନେଇ ଖୁବ ଚର୍ଚ୍ଚାରେ । ୪୨ ବର୍ଷୀୟ ଅଭିନେତ୍ରୀ ସୁଷ୍ମିତା ସେନ ଆଜି ମଧ୍ୟ ୨୦-୨୫ ବର୍ଷର ଯୁବତୀ ପରି ଦେଖାଯାଉଛନ୍ତି । ଫିଲ୍ମଠାରୁ ଦୂରରେ ରହି ସୁଷ୍ମିତା ଏବେ ନିଜ ଦୁଇ ଝିଅଙ୍କ ଲାଳନ ପାଳନ କରୁଛନ୍ତି । ଫିଲ୍ମଠାରୁ ଦୂରରେ ରହି ମଧ୍ୟ ସେ ଫିଟନେସ ପ୍ରତି ଖୁବ ଧ୍ୟାନ ଦେଉଛନ୍ତି । ଅଭିନେତ୍ରୀ ସୁଷ୍ମିତା ଏବେ ୬ ପ୍ୟାକ ଆବ୍ସ ବନାଉଛନ୍ତି ଯେଉଁଥିପାଇଁ ସେ ଖୁବ ପରିଶ୍ରମ ମଧ୍ୟ କରୁଛନ୍ତି ଏବଂ ଅନେକ ମାତ୍ରାର ସଫଳ ମଧ୍ୟ ହୋଇଛନ୍ତି ।

ଇତି ମଧ୍ୟରେ ସୁଷ୍ମିତାଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସୁଷ୍ମିତା ‘ଦିଲବର’ ଗୀତରେ ଜିମରେ ବେଲି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଅପଲୋଡ ହେବାର କିଛି ସମୟ ମଧ୍ୟରେ ଏହାକୁ ୭ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ସୁଷ୍ମିତାଙ୍କ ଏହି ଡ୍ୟାନ୍ସକୁ ଦେଖିଲେ ଆପଣ ମଧ୍ୟ ନଜର ହଟାଇ ପାରିବେ ନାହିଁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More