Only for Entertainment

କଥିତ ବଏଫ୍ରେଣ୍ଡ ରୋହମନ ଶଲଙ୍କୁ ବଙ୍ଗାଳୀରେ ଆଇ ଲଭ ୟୁ ଶିଖାଇଲେ ସୁଷ୍ମିତା ସେନ ।

instagram
46

ସୁଷ୍ମିତା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଏହା ତାଙ୍କ ପ୍ରତ୍ୟେକଟି ପୋଷ୍ଟରୁ ଜଣାପଡ଼େ । ସବୁଠାରୁ ଖାସ କଥା ହେଉଛି ବଏଫ୍ରେଣ୍ଡ ରୋହମନ ଶଲଙ୍କ ସହିତ କ୍ୟୁଟ ଫଟୋ ଶେୟାର । ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଏହା ପୂର୍ବରୁ ଦୁଇଜଣଙ୍କ ରୋମାଂଟିକ ଫଟୋ ମଧ୍ୟ ସାମ୍ନାକୁ ଆସିିଛି । ତେବେ ନିକଟରେ ସୁଷ୍ମିତା ରୋହମନଙ୍କୁ ବଙ୍ଗାଳୀରେ ଆଇ ଲଭ ୟୁ ଶିଖାଉଥିବାର ଏକ ଭିଡ଼ିଓ ଶେୟାର କରିଛନ୍ତି । କେବଳ ରୋହମନ ନୁହଁନ୍ତି ବରଂ ସେଠାରେ ସୁଷ୍ମିତାଙ୍କ ନୃତ୍ୟ ଗୁରୁମା ମଧ୍ୟ ଉପସ୍ଥିତ ଥିଲେ ।

 

କ୍ୟାପ୍ସନରେ ସୁଷ୍ମିତା ଲେଖିଛନ୍ତିଯେ ମୁଁ ଅଧିକାଂଶ ସମୟରେ ଏହା ପୋଷ୍ଟ କରିବାକୁ ଭୁଲିଯାଏ କିନ୍ତୁ କେବେ କହିବାକୁ ଭୁଲେନାହିଁଯେ ମୁଁ ଆପଣ ମାନଙ୍କୁ ଭଲପାଏ ।

କହିରଖୁଛୁଯେ ଏହି ଯୋଡ଼ିଙ୍କର ସାକ୍ଷାତ ଏକ ଫ୍ୟାଶନ ଶୋ’ରେ ହୋଇଥିଲା ଏବଂ ତା ପରଠାରୁ ଦୁଇଜଣଙ୍କ ମଧ୍ୟରେ ଭଲ କେମେଷ୍ଟ୍ରି ଦେଖିବାକୁ ମିଳେ । ପରସ୍ପରର ଜନ୍ମଦିନ ପାଳନ ଠାରୁ ଆରମ୍ଭ କରି ପରିବାର ସହିତ ସମୟ ବିତାଇବାକୁ ଭୁଲୁନାହାଁନ୍ତି ଏହି ଯୋଡ଼ି । ଅଧିକାଂଶ ସମୟରେ ସୁଷ୍ମିତା ରୋମାଂଟିକ ଫଟୋ ମଧ୍ୟ ଶେୟାର କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More