Only for Entertainment

ତିନି ତିନୋଟି ଫିଲ୍ମ ସହିତ ପରଦାରେ ଧମାଲ କରିବାକୁ ଆସୁଛନ୍ତି ସୁଶ୍ରୀ

Odisha Sun Times
36

ଓଲିଉଡରେ କମ ଚର୍ଚ୍ଚିତ ନାୟିକାମାନଙ୍କ ଭିତରୁ ଜଣେ ହେଲେ ସୁଶ୍ରୀ । ସୁଶ୍ରୀ ଏକ ନାୟିକା ସନ୍ଧାନ କରାଯାଇଥିବା ରିଆଲିଟି ଶୋ’ଜରିଆରେ ଓଲିଉଡରେ ପ୍ରବେଶ କରିବାର ପ୍ରଚେଷ୍ଟା ଆରମ୍ଭ କରିଥିଲେ । ସୁଶ୍ରୀଙ୍କ ଉପରେ କୃପା ଦୃଷ୍ଟି ପଡିଥିଲା ଜଣାଶୁଣା ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କର । ହଁ ସୁଶାନ୍ତ ହିଁ ସୁଶ୍ରୀଙ୍କୁ ନିଜ ନିର୍ଦ୍ଦେଶିତ ଓଡିଆ ସିନେମା ‘ହେଲୋ’ରେ ନାୟିକା ଭାବେ ବ୍ରେକ ଦେଇଥିଲେ । ଏହି ଫିଲ୍ମରେ ନାୟକ ଭୂମିକାରେ ବି ନଜର ଆସିଥିଲେ ଜଣେ ନବାଗତ ଅଭିନେତା ‘ସାନୁ’ । ସାନୁ-ସୁଶ୍ରୀଙ୍କ ଯୋଡିକୁ ନେଇ ପ୍ରସ୍ତୁତ ପ୍ରେମ କାହାଣୀ ଉପରେ ଆଧାରିତ ସିନେମା ହେଲୋ ବିଶେଷ ଚର୍ଚ୍ଚା ସାଉଁଟି ନ ପାରିବା କାରଣରୁ ଏହାର ବିଶେଷ ଫାଇଦା ମିଳି ନଥିଲା ସୁଶ୍ରୀଙ୍କୁ । ତେବେ ସେ ଅଟକି ନ ଥିଲେ । ତାଙ୍କୁ ଅନ୍ୟ ନିର୍ଦ୍ଦେଶକମାନେ ବି ଫିଲ୍ମରେ ସୁଯୋଗ ଦେଲେ ।

SUSHREE1

ଏବେ ସୁଶ୍ରୀଙ୍କର ଗୋଟିଏ ନୁହେଁ କି ଦୁଇଟି ନୁହେଁ, ବଂର ତିନି ତିନୋଟି ଓଡିଆ ସିନେମା ରିଲିଜ ଅପେକ୍ଷାରେ ରହିଛି । ଏଥି ମଧ୍ୟରୁ ପ୍ରଥମଟି ହେଲା ‘ଚାହିଁ ରହିଥିବି ତୋତେ ହଜାରେ ବରଷ’, ଭାରତୀ ନାୟକଙ୍କ ପ୍ରଯୋଜିତ ଏହି ସିନେମାରେ ସୁଶ୍ରୀଙ୍କ ବିପକ୍ଷରେ ନାୟକ ଭୂମିକାରେ ନଜର ଆସିବେ ଶୁଭମ୍ । ଏଥିରେ ଆଉ ଜଣେ ନାୟକ ବି ଅଛନ୍ତି । ସେ େହଲେ ଝାନସୀ । ଏହା ବି ଏକ ପ୍ରେମ କାହାଣୀ ଆଧାରିତ ସିନେମା ଅଟେ । ଏହି ଫିଲ୍ମରେ ମିହିର ଦାସ ବି ଅଛନ୍ତି ଗୁରତ୍ୱପୂର୍ଣ୍ଣ ଭୂମିକାରେ । ତା ପଛକୁ ରହିଛି ‘ରଙ୍ଗ ବରଷିଲା ଟୁପୁରୁ ଟୁପୁରୁ’ ଏହି ସିନେମାର ନିର୍ଦ୍ଦେଶକ ହେଲେ ଜିତେନ୍ଦ୍ର ମହାପାତ୍ର । ଯିଏ କି ଆଗରୁ ସାବିତ୍ରୀ, କାଶିଆ କପିଳା ଏବଂ ସମୟ ଚକାରେ ସଂସାର ରଥ ଭଳି ଓଡିଆ ସିନେମାର ନିର୍ଦ୍ଦେଶନା ଦେଇ ସଫଳତା ହାସଲ କରିଥିଲେ । ବେଶ କିଛି ବର୍ଷ ବ୍ୟବଧାନ ପରେ ଜିତେନ୍ଦ୍ର ଏହି ନୂଆ ସିନେମା ନେଇ ଫେରୁଛନ୍ତି । ଏହି ସିନେମାରେ ସୁଶ୍ରୀ ନିଜର ଚରିତ୍ରକୁ ନେଇ ବେଶ ଉତ୍ସାହିତ ଅଛନ୍ତି ।

ସୁଶ୍ରୀଙ୍କ ଅନ୍ୟ ଏକ ଆଗାମୀ ସିନେମା ହେଲା ‘ଡାର୍ଲିଂ’ ମନୋରଞ୍ଜନ ପାଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଓଡିଆ ସିନେମାରେ ସୁଶ୍ରୀ ଜଣେ ନବାଗତ ନାୟକ ବାରଦା ପ୍ରସନ୍ନ ଜେନାଙ୍କ ବିପକ୍ଷରେ ନଜର ଆସିବେ । ଏହି ଫିଲ୍ମକୁ ନେଇ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ସୁଶ୍ରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More