ଫିଲ୍ମ ମେକର୍ ସଂଜୟ ଲୀଲା ଭଂଶାଲୀ ବଲିଉଡ୍ରେ ଲଂଚ କରିଛନ୍ତି ଏକ ନୂଆ ଯୋଡି । ନୂଆ କଳାକାରଙ୍କୁ ନେଇ ଭଂଶାଲୀ ପ୍ରଡକ୍ସନ୍ ଭେଟି ଦେବାକୁ ଯାଉଛି ରୋମାଂଟିକ୍ ଚଳଚ୍ଚିତ୍ର ମଲାଲ୍ । ଫିଲ୍ମରେ ଭଂଶାଲୀ ନିଜ ଝିଅରି ଶର୍ମିଣୀ ସେହଗଲଙ୍କୁ ଲଂଚ୍ କରିଛନ୍ତି । ଏହାଛଡା ନାୟକ ଭାବେ ନବାଗତ ଷ୍ଟାର୍ ଅଭିନେତା ଜାବେଦ୍ ଜାଫ୍ରିଙ୍କ ପୁଅ ମୀଜାନଙ୍କୁ ଦେଖିବାକୁ ମିଳିବ ଏହି ସିନେମାରେ । ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହୋଇଛି ।
ଆଗାମୀ ବଲିଉଡ୍ ଆକ୍ସନ୍ – ରୋମାଂଟିକ୍ ଫିଲ୍ମ ମଲାଲର ପ୍ରଥମ ଗୀତ ମୁକ୍ତିଲାଭ କରିଛି । ଗୀତର ଟାଇଟଲ୍ ରହିଛି ‘ଆଇଲା ରେ’ । ଏହି ଜବରଦସ୍ତ ଗୀତରେ ଫିଲ୍ମର ଲିଡ୍ ମିଜାନଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ମଲାଲ୍ ଜରିଆରେ ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି ମିଜାନ୍ ଜାଫ୍ରି । ଯିଏ କି ଅଭିନେତା ଜାବେଦ୍ ଜାଫ୍ରିଙ୍କ ପୁଅ ।
ଗୀତରେ ତାଙ୍କ ସହ ଡ୍ୟାନ୍ସ କରିବାରେ ନଜର ଆସିଛନ୍ତି ଓଡିଆ ସୁନ୍ଦରୀ ସୁଶ୍ରୀ ଶ୍ରେୟା ମିଶ୍ର । ଏହି ଗୀତରେ ସ୍ଥାନ ପାଇଛି ବିଶାଲ୍ ଦଦଲାନିଙ୍କ ଜବରଦସ୍ତ ଗାୟିକୀ । ସଂଜୟ ଲୀଲା ଭଂଶାଲୀଙ୍କ ସଙ୍ଗୀତରେ ଏହି ଗୀତର ଲିରିକ୍ସ ଦେଇଛନ୍ତି ପ୍ରଶାନ୍ତ ଇଂଗୋଲେ । ଆଉ ଗୀତରେ ର୍ୟାପ୍ କରିଛନ୍ତି ଶ୍ରେୟାସ୍ ପୁରାନିକ୍ । ଚଳଚ୍ଚିତ୍ର ମଲାଲର ପ୍ରଯୋଜନା କରିଛନ୍ତି ସଂଜୟ ଲୀଲା ଭଂଶାଲୀ ଓ ଭୂଷଣ କୁମାର୍ । ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ମଙ୍ଗେଶ ହାଡାୱାଲେ । ୨୮ ଜୁନରେ ପରଦାକୁ ଆସିବ ଚଳଚ୍ଚିତ୍ର ମଲାଲ୍ ।