Only for Entertainment

ବୟଫ୍ରେଣ୍ଡଙ୍କ ସହ ଏୟାରପୋର୍ଟରେ ନଜର ଆସିଲେ ସ୍ୱରା ଭାସ୍କର ।

dnaindia
0 53

ବଲଉଡିରେ ଏବେ ପ୍ରେମ ଋତୁ ଚାଲିଛି । ସ୍ୱରା ଭାସ୍କର ଯିଏ ନିଜ ଫିଲ୍ମ ‘ବୀରେ ଦି ୱେଡିଂ’ ର ସଫଳତାର ଖୁସି ମନାଉଛନ୍ତି , ତାଙ୍କୁ ଏବେ ନିଜ ବୟଫ୍ରେଣ୍ଡ ହିମାଂଶୁ ଶର୍ମାଙ୍କ ସହ ହାତରେ ହାତ ଛନ୍ଦି ଯାଉଥିବାର ନଜର ଆସିଥିଲେ ।
ଏହି ଯୋଡି ‘ତନ୍ନୁ ୱେଡ୍ସ ମନୁ ରିଟର୍ଣ୍ଣସ’ସେଟରେ ଦେଖା ହୋଇଥିଲେ । ଖୁବ କମ ଦୁହିଁଙ୍କୁ ଏଭଳି ଦେଖିବାକୁ ମିଳେ । ମାତ୍ର ଏଥର ମିଡିଆକୁ ନଜର ଅନ୍ଦାଜ କରି ଦୁହେଁ ଏକାସାଙ୍ଗେ ଖୁସି ଥିବା ନଜର ଆସିଥିଲେ ।

ସ୍ୱରାଙ୍କ ଗୁପଚୁପ ଏହି ସମ୍ପର୍କର ଖୁଲାସା ହୋଇଥିଲା ଯେତେବେଳେ ସୋନମ କପୁର ମେହେନ୍ଦୀ ସେରେମନିର ଏକ ଭିଡିଓରେ ଯେତେବେଳେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ବିଷୟରେ କହୁଥିବାର ଦେଖିବାକୁ ମିଳିଥିଲା । ସ୍ୱରା ଏହି ଭିଡିଓରେ ବୟଫ୍ରେଣ୍ଡଙ୍କ ପାଖରେ ସମୟ ନଥିବା କହିଥିଲେ ।

ଲାଗୁଛି ଏବେ ତାଙ୍କ ବୟଫ୍ରେଣ୍ଡ ତାଙ୍କ ପାଇଁ ସମୟ ବାହାର କରୁଛନ୍ତି । ଦୁହେଁ ଶୁକ୍ରବାର ରାତିରେ ଏୟାରପୋର୍ଟରେ ସ୍ପଟ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More