Only for Entertainment

ସ୍ୱରା ଭାସ୍କରଙ୍କ ସହିତ ହୋଇ ସାରିଛି ଯୌନ ଉତ୍ପୀଡ଼ନ ।

Hindustan Times
60

ସର୍ବଦା ନିଜ କଡ଼ା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ସ୍ୱାରା ଭାସ୍କର ନିଜ ସହିତ ହୋଇଥିବା ଯୌନ ଉତ୍ପୀଡ଼ନକୁ ନେଇ ମୁହଁ ଖୋଲିଛନ୍ତି । ସ୍ୱରାଙ୍କ କହିବା ମୂତାବକ କିଛି ବର୍ଷ ପୂର୍ବରୁ ସେ କାମ କରୁଥିବା କର୍ମ ସ୍ଥଳରେ ଯୌନ ଉତ୍ପୀଡ଼ନର ଶୀକାର ହୋଇଥିଲେ । ଜଣେ ଫିଲ୍ମ ନିର୍ଦ୍ଦେଶକ ତାଙ୍କ ଯୌନ ଉତ୍ପୀଡ଼ନ କରିବାକୁ ଚେଷ୍ଟା କରୁଥିଲା ।

ଡିଏନଏ ୱେବସାଇଟକୁ ଇଂଟରଭ୍ୟୁ ଦେଉଥିବା ସମୟରେ ସ୍ୱରା କହିଛନ୍ତିଯେ ଆମ ସମାଜରେ ପିଲା ମାନଙ୍କୁ ଗୁଡ ଟଚ ଏବଂ ବ୍ୟାଡ ଟଚ ଭଳି ଶିକ୍ଷା ଠାରୁ ଦୂରେଇ ରଖୁଛନ୍ତି । ଯାହା ଦ୍ୱାରା ପିଲାମନେ ଯୌନ ଉତ୍ପୀଡ଼ନ ବିଷୟରେ ଜାଣିପାରୁନାହାଁନ୍ତି । ନିଜର ସେହିଭଳି ଏକ ଖରାପ ଅନୁଭୂତି ବିଷୟରେ ଶେୟାର କରି ସେ କହିଛନ୍ତିଯେ ଯେତେବେଳେ ମୁଁ ଏଭଳି ଘଟଣା ବିଷୟରେ ଶୁଣିଲି ତାହା ପରେ ର୍ମୁ ୬ରୁ ୮ ବର୍ଷ ପରେ ଏହାକୁ ଅନୁଭବ କରି ପାରିଥିଲି । ତିନି ବର୍ଷ ପୂର୍ବରୁ ମୋ ସହିତ ଯାହା ହୋଇଥିଲା ତାହା ବାସ୍ତବରେ ଯୌନ ଉତ୍ପୀଡ଼ନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More