Only for Entertainment

ଗଣପତିଙ୍କ ଦର୍ଶନ ସାରି ଖାଲି ପାଦରେ ଫେରିଲେ ସ୍ୱରା ଭାସ୍କର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ ଏବଂ ଭିଡିଓ !

61

ଆପଣ କେବେ ମନ୍ଦିର କି କୌଣସି ଭିଡରେ ଭଗବାନଙ୍କୁ ଦର୍ଶନ ପାଇଁ ଯାଇଥାଆନ୍ତି ଏବଂ ଚପଲ ଚୋରିର ଶିକାର ହୋଇଛନ୍ତି । ହଁ ସେଭଳି ନିଶ୍ଚୟ ଭୋଗିଥିବେ । ସେହିଭଳି କିଛି ଘଟିଛି ଏହି ବଲିଉଡ ଅଭିନେତ୍ରୀଙ୍କ ସହ । ସେ ଆଉ କେହି ନୁହଁନ୍ତି ଚିହ୍ନା ମୁହଁ ସ୍ୱରା ଭାସ୍କରଙ୍କ ସହ । ସେ ଲାଲବାଗଚା ରାଜାଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ । ସେହି ସ୍ଥାନରେ ତାଙ୍କ ସହ ଏଭଳି କିଛି ଅଘଟଣ ଘଟିଛି । ଯାହା ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହା ସୋସିଆଲ ମିଡିଆରେ ଏବେ ଚହଳ ସୃଷ୍ଟି କରିଛି ।

 

View this post on Instagram

 

#Watch: @reallyswara lost her footwear when she visited #LalbaughchaRaja in #Mumbai ?

A post shared by Zoom TV (@zoomtv) on

ଲାଲବାଗଚା ରାଜା ମୁମ୍ବାଇର ସବୁଠାରୁ ନାମୀଦାମୀ ବଡ ପେଣ୍ଡାଲ ଗଣେଷ ମୂର୍ତ୍ତି ଏବଂ ସେଠାକୁ ପ୍ରାୟତଃ ସିନେକଳାକାର ଦର୍ଶନ ପାଇଁ ଆସିଥାଆନ୍ତି । ତେବେ ସ୍ୱରା ମଧ୍ୟ ସେଠାକୁ ରେଡ ସୁଟ ପିନ୍ଧି ଦର୍ଶନ ପାଇଁ ଆସିଥିଲେ । କିନ୍ତୁ ଫେରିଲା ବେଳକୁ ସେ ଖାଲି ପାଦରେ ସ୍ପଟ ହୋଇଥିଲେ । ଏଭଳି ଘଟଣା ଘଟିଛି ମଙ୍ଗଳବାର ରାତିରେ । ଏହି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରି ଜଣାଇଛନ୍ତି ଯେ ଦର୍ଶନ କରି ଫେରିଲା ବେଳକୁ ତାଙ୍କ ଚପଲ ନଥିଲା ତେଣୁ ସେ ଖାଲି ପାଦରେ ଫେରିଛନ୍ତି ।

ସ୍ୱରାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଖୁବଶୀଘ୍ର ସେ ଆରିଫ ଅନସାରୀଙ୍କ ଫିଲ୍ମ ‘ସିରଖୁରମା’ରେ ନଜର ଆସିବେ । ଏହି ଫିଲ୍ମରେ ସ୍ୱରା ଶବାନା ଆଜମୀ ଏବଂ ଦିବ୍ୟା ଦତ୍ତାଙ୍କ ସହ ସ୍କ୍ରିନ ଶେୟାର କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More