Only for Entertainment

ଜମିବ ‘ସ୍ୱରାଜ-ଶିବାନୀ’ଙ୍କ ଯୋଡି ପରଦାରେ ଏକାଠି ଆସିବେ ନଜର

Facebook
0 31

ଖୁବଶୀଘ୍ର ଓଲିଉଡ୍ ପରଦାରେ ଏକାଠି ନଜର ଆସିବେ ୟଙ୍ଗ ଷ୍ଟାର୍ ସ୍ୱରାଜ ଓ ଶିବାନୀ । ଆଗରୁ ଶିଶୁ କଳାକାର ଭାବେ ପରଦାରେ ନଜର ଆସିଥିବା ଏହି ଦୁଇ ଷ୍ଟାର୍ଙ୍କୁ ପ୍ରଥମ ଥର ପାଇଁ ନାୟକ ଓ ନାୟିକା ଭାବେ ଦେଖିବାକୁ ମିଳିବ ଆଗାମୀ ଓଲିଉଡ୍ ଫିଲ୍ମରେ । ଏବେ ଏମିତି ଏକ ଖବର ଶୁଣିବାକୁ ମିଳିଛି ଓଡିଆ ଇଣ୍ଡଷ୍ଟ୍ରୀରେ । ଏହି ଯୋଡିଙ୍କୁ ଏକାଠି ଦର୍ଶକ ଏକ ପୁରଷ୍କାର ବିତରଣ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରିବାରେ ଦେଖିବାକୁ ପାଇଛନ୍ତି । ଏହାଛଡା ଦୁହିଁଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ରେ ବି ଦୁହିଁଙ୍କ ଅନେକ ଫଟୋଗ୍ରାଫସ୍ ବି ଦେଖିବାକୁ ମିଳିଛି । ଆଉ ଏବେ ପରଦାରେ ବି ଏକାଠି ନଜର ଆସିବେ । ଫିଲ୍ମର ଟାଇଟେଲ୍ ଏବେ ପର୍ଯ୍ୟନ୍ତ ଫାଇନାଲ୍ ହୋଇ ନାହିଁ । ହେଲେ ମିଳିଥିବା ସୂଚନା ଅନୁସାରେ ଏହି ସିନେମାର ଟାଇଟେଲ୍ ‘ଦିଲ୍ ମୋର ମାନେନା’ ବୋଲି ଶୁଣିବାକୁ ମିଳିଛି । ତେବେ ଅଭିନେତା ସ୍ୱରାଜ ଏବେ ନିଜ ଅପକମିଂ ସିନେମା ଲଭ୍ ଏକ୍ସପ୍ରେସ୍କୁ ନେଇ ଅଛନ୍ତି ବ୍ୟସ୍ତ । ଅନ୍ୟପଟେ ଶିବାନୀ ମଧ୍ୟ ନିଜ ଅପକମିଂ ଫିଲ୍ମ ‘ଲଭ୍ କୁମାର୍’କୁ ନେଇ ଖବରରେ ରହିଛନ୍ତି । ଏହି ସିନେମାରେ ଶିବାନୀଙ୍କୁ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିବ ।

 ସ୍ୱରାଜ ଓ ଶିବାନୀଙ୍କୁ ନେଇ ଆସିବାକୁ ଥିବା ସିନେମାର ନିର୍ଦ୍ଦେଶନା ଭାର ତୁଲାଇବେ ହିମାଂଶୁ ପରିଜା । ମା ତାରିଣୀ ଏଂଟର୍ଟେନ୍ମେଂଟ୍ ବ୍ୟାନର୍ରେ ପ୍ରସ୍ତୁତ ହେବାକୁ ଥିବା ଏହି ସିନେମାରେ ଅଭିନେତା ମିହିର୍ ଦାସ୍, ଅମର୍, ଗୁଡ୍ଡୁ ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । ତେବେ ପ୍ରଥମ ଥର ପାଇଁ ସ୍ୱରାଜ ଓ ଶିବାନୀ ଚାଇଲ୍ଡ ଆର୍ଟିଷ୍ଟ ଭାବେ ଓଡିଆ ଫିଲ୍ମ ପହିଲି ରଜରେ ଏକାଠି ନଜର ଆସିଥିଲେ । ଆଉ ଏବେ ୮ ବର୍ଷ ପରେ ପୁଣିଥରେ ଏମାନେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି । ଏବେ ଦେଖିବାକୁ ବାକି ରହିଲା ଏହି ସିନେମାର ସୁଟିଂ କେବେ ଆରମ୍ଭ ହେଉଛି ଆଉ କେବେ ଏହି ସିନେମାଟି ପରଦାକୁ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More