Only for Entertainment

ପୁଣିଥରେ ଏକାଠି ହୋଇଛି ସ୍ୱରୂପ ନାୟକ ଓ ଟି.ସୌରିଙ୍କ ଯୋଡି ।

0 88

ଅନେକ ବର୍ଷ ପରେ ଓଲିଉଡକୁ ଫେରିବାକୁ ଯାଉଛି ମ୍ୟୁଜିକ ଡିରେକ୍ଟର ସ୍ୱରୁପ ନାୟକ ଓ କଣ୍ଠଶିଳ୍ପୀ ଟି. ସୌରିଙ୍କ ଯୋଡି । ସୁପରହିଟ୍ ଓଡିଆ ଗୀତ ସିତାଲୋ ଭେଟି ଦେଇଥିବା ଏହି ଯୋଡି ପୁଣି ଥରେ ଏକାଠି ହୋଇଛନ୍ତି ଆଗାମୀ ଓଡିଆ ଫିଲ୍ମ ‘ରକ୍ତ ଚିହ୍ନେ ରକ୍ତ କୁ’ । ଏହି ଅପକମିଂ ଫିଲ୍ମର ଟାଇଟଲ ଟ୍ରାକ୍ ରେକର୍ଡିଂରେ ଦେଖିବାକୁ ମିଳିଥିଲା ଏହି ଯୋଡିକୁ ।

ଷ୍ଟୁଡିଓରେ ଟାଇଟଲ୍ ସଙ୍ଗ ରେକର୍ଡିଂ କରାଉଛନ୍ତି କଣ୍ଠଶିଳ୍ପୀ ଟି ସୌରୀ । ଅନେକ ଦିନ ପରେ ଟି. ସୌରିଙ୍କ ଗାୟିକି ଶୁଣିବାକୁ ମିଳିବ ପରଦାରେ । ସ୍ୱରୂପ ନାୟକଙ୍କ ସଙ୍ଗୀତରେ ଫିଲ୍ମରେ ସ୍ଥାନ ପାଇଥିବା ଭିନ୍ନ ଭିନ୍ନ ଗୀତରେ ଲିରିକ୍ସ ଦେଇଛନ୍ତି ପ୍ରବୀଣ କୁମାର୍, ମାଧବ ଚନ୍ଦ୍ର ପରିଡା, ଏବଂ ସ୍ୱରୂପ ନାୟକ ।

ଟାଇଟେଲ୍ ସଙ୍ଗ ବ୍ୟତୀତ ଫିଲ୍ମରେ ସ୍ଥାନ ପାଇବାକୁ ଥିବା ଅନ୍ୟ ଏକ ଗୀତ ପାଇଁ କଣ୍ଠଶିଳ୍ପୀ କୁମାର୍ ବାପିଙ୍କୁ ମଧ୍ୟ ସଙ୍ଗ ରେକର୍ଡିଂ କରିବାର ଦେଖିବାକୁ ମିଳିଥିଲା ଏହି ଅବସରରେ । ଏହି ଅପକମିଂ ଫିଲ୍ମର ଭିନ୍ନ ଭିନ୍ନ ଗୀତରେ କଣ୍ଠଦାନ କରିଛନ୍ତି ଟି.ସୌରି, କୁମାର୍ ବାପି, ଦିପ୍ତିରେଖା, ଅଷିମା ପଣ୍ଡା ଏବଂ ତୃପ୍ତି ମିଶ୍ରଙ୍କ ଭଳି କଣ୍ଠଶିଳ୍ପୀ ।
ଏସବିଏମ୍ ଏଂଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହେବାକୁ ଥିବା ଚଳଚ୍ଚିତ୍ର ରକ୍ତ ଚିହ୍ନେ ରକ୍ତ କୁ ର ନିର୍ଦ୍ଦେଶନା ଭାର ତୁଲାଇବେ ମାଧବ ଚନ୍ଦ୍ର ପରିଡା ।

ଫିଲ୍ମରେ ପ୍ରଯୋଜନା ଦେବେ ସୌରଭ ଚକ୍ରବର୍ତି । ଏବେ ଫିଲ୍ମର ସଙ୍ଗ ରେକର୍ଡିଂ ଚାଲିଥିବାବେଳେ ଖୁବଶୀଘ୍ର ସିନେମାର ଶୁଭ ମହୁରତ କରିବାର ଯୋଜନା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More