Only for Entertainment

ଛୋଟ ବେଳେ ଝାଡୁ ପୋଛା କରୁଥିଲେ କାଜୋଲ,ଏବେ ପିଲାଙ୍କୁ କରାଉଛନ୍ତି ଏହି କାମ-

indiatoday.indiatoday.in
0 45

ଅଭିନୟ ତ ସମସ୍ତେ କରନ୍ତି କିନ୍ତୁ ପୋଖତ ଅଭିନେତା ହେବା ଖୁବ କଷ୍ଟ । ଯାହାକୁ ପ୍ରମାଣ କରିଛନ୍ତି ଅଭିନେତ୍ରୀ କାଜୋଲ । ସେ ତାଙ୍କର ମନଲୋଭା ଅଭିନୟରେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । କେବଳ ସେତିକି ନୁହେଁ ବରଂ ଅଭିନୟର ୨୫ ବର୍ଷ ମଧ୍ୟରେ ସେ କେବେ ମଧ୍ୟ ଛୁଟି ନେଇନଥିବା ସୂଚନା ମିଳିଛି ।

ବାସ୍ତବରେ କାଜୋଲ “ସ୍ୱଚ୍ଛ ଆଦତ ସ୍ୱଚ୍ଛ ଭାରତ” କ୍ୟାମ୍ପେନ ପାଇଁ ଆଡ଼ଭୋକେସି ଆମ୍ବାସେଡର ରୂପରେ ନିୟୋଜିତ ହୋଇଛନ୍ତି । କେବଳ ଯେ ସାମାଜିକ କାର୍ଯ୍ୟରେ ନିୟୋଜନ ହୋଇ ସମାଜକୁ ପରିଷ୍କାର କରିବାର ଦାୟିତ୍ୱ ନେଇନାହାଁନ୍ତି ବରଂ ସେ ନିଜକୁ ମଧ୍ୟ ଖୁବ ପରିଷ୍କାର ଓ ପରିଛନ୍ନ ରଖିବାକୁ ପସନ୍ଦ କରନ୍ତି । ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ହେଲେ ମଧ୍ୟ ସେ ତିଳେମାତ୍ର ଗର୍ବ କରନ୍ତି ନାହିଁ । ସମସ୍ତଙ୍କ ଭଳି ସେ ମଧ୍ୟ ପ୍ରତିଦିନ ତାଙ୍କ ଘରେ ମଧ୍ୟ ଛାଡ଼ୁ ଓ ପୋଛା କାର୍ଯ୍ୟ କରନ୍ତି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ । କେବଳ ସେତିକି ନୁହେଁ ବରଂ କାଜୋଲ ନିଜ ପିଲାଙ୍କୁ ମଧ୍ୟ ଏହି କାମ କରାଇଥାନ୍ତି ।

କାଜୋଲ ଛୋଟବଳେରୁ ହିଁ ଫିଲ୍ମର ବ୍ୟକଗ୍ରାଉଣ୍ଡରେ ବଢିଛନ୍ତି । କିନ୍ତୁ କୌଣସି କାମ କରିବାକୁ ସେ ଘୃଣା କରନ୍ତି ନାହିଁ । କଜୋଲଙ୍କ କହିବା ଅନୁସାରେ ଏହି ଶିକ୍ଷା ତାଙ୍କ ମା ତନୁଜାଙ୍କ ଠାରୁ ସେ ପାଇଛନ୍ତି । ତେଣୁ କୌଣସି କାମକୁ ସେ ଛୋଟ କିମ୍ବା ବଡ଼ ବୋଲି ଭାବନ୍ତି ନାହିଁ । ସେ ଏହା ମଧ୍ୟ କୁହନ୍ତିଯେ କୌଣସି କାମକୁ କମ ଭାବିବା ଅନୁଚିତ ।

ସେ ଆଉ ମଧ୍ୟ କୁହନ୍ତିଯେ ଛୋଟବେଳରୁ ତାଙ୍କ ମା ତାଙ୍କୁ ଘର ଏବଂ ବାଥରୁମ ସଫା କରିବାକୁ ପ୍ରଶିକ୍ଷଣ ଦେଉଥିଲେ । ତେଣୁ ସେ ଛୋଟବେଳେ ଏହି ସବୁ କାମ କରୁଥିଲେ । ତନୁଜାଙ୍କ କହିବା ଅନୁସାରେ ଯଦି କେଉଁଦିନ କାମବାଲି ନ ଆସେ ତେବେ ନିଜେ ଏହି କାମ କରିବା ଦରକାର । ତେବେ ମା’ଙ୍କର ଏହି ଶିକ୍ଷା କାଜୋଲ ତାଙ୍କ ପିଲାଙ୍କୁ ମଧ୍ୟ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More