Only for Entertainment

ଶୀତ ଦିନେ ନିଅନ୍ତୁ ସ୍ୱିଟ କର୍ଣ୍ଣ ସୁପର ମଜା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ।

HungryForever
55

ସାମଗ୍ରୀ-

୨୦୦ ଗ୍ରାମ୍‌ ଫ୍ରୋଜନ ସ୍ବିଟ୍‌ କର୍ଣ୍ଣ, ୪ ଚିମୁଟା ଲୁଣ, ୧ ମୁଠା କଟା ପିଆଜ ଷଣ୍ଢା, ୫ କପ୍‌ ଭେଜିଟେବଲ ଷ୍ଟକ୍‌, ୩ ଚିମୁଟା ଗୋଲମରିଚ ଗୁଣ୍ଡ, ଦେଢ଼ କପ୍‌ ହ୍ବାଇଟ୍‌ ସସ୍‌।

ପ୍ରସ୍ତୁତି ପ୍ରଣାଳୀ-
ସ୍ବିଟ୍‌ କର୍ଣ୍ଣ ସୁପ୍‌ ଆପଣ କମ୍‌ ସମୟ ଏବଂ ପରିଶ୍ରମରେ ସହଜରେ ତିଆରି କରିପାରିବେ। ଏହି ସୁପ୍‌କୁ ଘରେ ତିଆରି କରିବା ଲାଗି ପ୍ରଥମେ ସ୍ବିଟ୍‌ କର୍ଣ୍ଣକୁ ଧୋଇ ଭଲ ଭାବେ ପାଣି ଛଡ଼ାଇ ଦିଅନ୍ତୁ। ଏହାକୁ ଗ୍ରାଇଣ୍ଡରେ ଗ୍ରାଇଣ୍ଡିଂ କରି ନିଅନ୍ତୁ। ଧ୍ୟାନ ରଖନ୍ତୁ ଏହାକୁ ଚିକ୍କଣ ଭାବେ ଗ୍ରାଇଣ୍ଡିଂ ନ କରି ଖଦଡ଼ ଭାବେ ଗ୍ରାଇଣ୍ଡିଂ କରନ୍ତୁ। ଏବେ ଏକ ପ୍ୟାନ୍‌ରେ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ଏଥିରେ ଭେଜିଟେବଲ ଷ୍ଟକ୍‌ ଗରମ କରନ୍ତୁ। ଏବେ ଏଥିରେ ଗ୍ରାଇଣ୍ଡିଂ ହୋଇଥିବା କର୍ଣ୍ଣ, ହ୍ବାଇଟ୍‌ ସସ୍‌ ପକାନ୍ତୁ। ଯଦି ଆପଣ ସୁପ୍‌କୁ ଅଧିକ କ୍ରିମି କରିବାକୁ ଚାହୁଛନ୍ତି, ତେବେ ଏଥିରେ ଅଳ୍ପ ଫ୍ରେଶ୍‌ କ୍ରୀମ୍‌ ପକାଇ ପକାଇ ଲଗାତର ଗୋଳାନ୍ତୁ। ଏବେ ସୁପ୍‌କୁ ହାଲୁକା ଆଞ୍ଚରେ ଫୁଟାନ୍ତୁ। ଲୁଣ ଓ ଗୋଲମରିଚ ଗୁଣ୍ଡ ସିଞ୍ଚନ୍ତୁ। ଏହାକୁ ସୁପ୍‌ ବାଓଲରେ ଢାଳି ପିଆଜ ଷଣ୍ଢାରେ ସଜାନ୍ତୁ।  ଯଦି ଆପଣଙ୍କୁ ଚିଜ୍‌ ପସନ୍ଦ, ତେବେ ଏହା ଉପରେ ଗ୍ରେଟେଡ୍‌ ଚିଜ୍‌ ଏବଂ ଓରେଗାନୋ ସିଞ୍ଚି ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More