Only for Entertainment

ଏହି ଘଂଟାରେ କେବେ ମଧ୍ୟ ବାଜେ ନାହିଁ ୧୨, ଲୁଚି ରହିଛି ଆଶ୍ଚର୍ଯ୍ୟ କରିବା ଭଳି ରହସ୍ୟ ।

punjabkesari
26

ସମୟକୁ ମାପିବା ପାଇଁ ଘଡ଼ିର ବ୍ୟବହାର ହୋଇଥାଏ । ୨୪ ଘଂଟାର ସମୟ ଦେଖାଇବା ପାଇଁ ଏଥିରେ ସଂଖ୍ୟାମାନ ସବୁ ଲେଖାଅଛି । କିନ୍ତୁ ଦୁନିଆରେ ଏଭଳି ଏକ ଘଡ଼ି ରହିଛି ଯେଉଁଥିରେ କେବେ ମଧ୍ୟ ୧୨ ବାଜେ ନାହିଁ । ଏହି ଅଜବ ଘଡ଼ି ସ୍ୱିଜରଲ୍ୟାଣ୍ଡର ସୋଲାଥର୍ନ ସହରରେ ରହିଛି । ଏହି ସହରର ଏକ ଛକରେ ଏହି ଘଡ଼ି ଲାଗିଛି ।
ସେହି ଘଡ଼ିରେ କେବଳ ୧୧ଟି ଅଙ୍କ ରହିଛି । ଏଥିରେ ୧୨ ନାହିଁ । ତେବେ ଏଠାରେ ଏଭଳି କେତେକ ଘଡ଼ି ରହିଛି ଯେଉଁଥିରେ ୧୨ ବାଜେ ନାହିଁ । ଏହି ସହରର ଲୋକମାନେ ସଂଖ୍ୟା ୧୧ ସହିତ ବେଶ ଜଡ଼ିତ । ଏଠାର ଯେକୌଣସି ଜିନିଷ ସଂଖ୍ୟା ୧୧ର ଆଖପାଖରେ ଘୂରି ବୁଲେ । ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ଚର୍ଚ୍ଚ ଏବଂ ଚପଲର ସଂଖ୍ୟା ମଧ୍ୟ ୧୧ ଓ ୧୧ । ଏହା ବ୍ୟତୀତ ସଂଗ୍ରହାଳୟ, ଐତିହାସିକ ସ୍ଥାନ ଏବଂ ଟାୱାରର ସଂଖ୍ୟା ମଧ୍ୟ ୧୧ ।

ଆପଣ ଦେଖି ପାରୁଥିବେ ଏହା ହେଉଛି ସେଂଟ ଅର୍ସୁସର ମୁଖ୍ୟ ଚର୍ଚ୍ଚ । ଏଠାରେ ସଂଖ୍ୟା ୧୧ ଆପଣଙ୍କୁ ସ୍ପଷ୍ଟ ଦେଖା ଯାଉଥିବ । ବାସ୍ତବରେ ଏହି ଚର୍ଚ୍ଚ ମଧ୍ୟ ୧୧ ବର୍ଷରେ ନିର୍ମାଣ ହୋଇଥିଲା । ଏଠାରେ ୩ଟି ସିଢୀର ସେଟ ରହିଛି ଏବଂ ପ୍ରତ୍ୟେକ ସିଢୀରେ ୧୧ ପଂକ୍ତି ରହିଛି । ଏହା ବ୍ୟତୀତ ୧୧ଟି ଦ୍ୱାର ଏବଂ ୧୧ଟି ଘଂଟି । ୧୧ ସଂଖ୍ୟ ଏଠାରେ ଏତେ ପ୍ରସିଦ୍ଧଯେ ଲୋକମାନେ ୧୧ ତମ ଜନ୍ମଦିନକୁ ଖୁବ ଧୁମଧମାରେ ପାଳନ କରନ୍ତି ।

ଏହା ପଛରେ ରହିଛି ଏକ ଖାସ କାରଣ । ବାସ୍ତବରେ ଏକ ସମୟରେ ସୋଲୋଥର୍ନର ଲୋକଙ୍କ ଜୀବନରେ ଖୁସି ନଥିଲା । ଖୁବ ପରିଶ୍ରମ ପରେ ମଧ୍ୟ ସଫଳତା ମିଳୁନଥିଲା । କିଛି ଦିନ ପରେ ସେଠାର ପାହାଡ଼ରୁ ଏଲଫ ଆସିବାକୁ ଲାଗିଲା । ଏହାପରେ ଲୋକଙ୍କ ମନୋବଳ ବଢିବାକୁ ଲାଗିଲା ।

ବାସ୍ତବରେ ଏଲଫ ବିଷୟରେ ଜର୍ମାନୀର ପୁରାଣରେ ଲେଖା ଅଛି । କୁହାଯାଏ ତାଙ୍କ ପାଖରେ ଅଲୌକିକ ଶକ୍ତି ରହିଛି । ଜର୍ମାନ ଭାଷାରେ ଏଲଫର ଅର୍ଥ ୧୧ । ତେଣୁ ଏହାକୁ ସ୍ୱିଜରଲ୍ୟାଣ୍ଡର ଲୋକ ଶୁଭ ଭାବିବାକୁ ଲାଗିଲେ । ସେହି ଦିନ ଠାର ଏଭଳି ପ୍ରଥା ଜାରି ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More