Only for Entertainment

Sye Raa Narasimha Reddy Teaser: ଇଂରେଜ ମାନଙ୍କ ସହ ଲଢେଇ ପୂର୍ବରୁ ନାୟକଙ୍କ କାହାଣୀ , ଏହି ହିରୋଙ୍କୁ ଭୂଲି ଯାଇଛି ଭାରତ !

115

ସାଉଥ ସୁପରଷ୍ଟାର ଚିରଂଜୀବୀଙ୍କ ମଚ ଆୱେଟେଡ ଫିଲ୍ମ ସଈ ରା ନରସିମା ରେଡ୍ଡୀର ଜବରଦସ୍ତ ଟିଜର ରିଲିଜ ହୋଇଛି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଇଂରେଜଙ୍କ ଠାରୁ ଲୁହା ନେଇଥିବା ପ୍ରଥମ ନାୟକ ସ୍ୱାତନ୍ତ୍ରତା ସେନା ଉୟଲାବାଡା ନରସିମା ରେଡ୍ଡୀଙ୍କ ଉପରେ ଆଧାରିତ । ଫିଲ୍ମରେ କୁହାଯାଇଛି ଯେ ନରସିମା ରେଡ୍ଡୀ ଇଂରେଜଙ୍କ ବିରୁଦ୍ଧରେ ଲଢେଇ ପାଇଁ ବିଗୁଲ ଫୁଙ୍କିଥିଲେ ଏବଂ ଭାରତ ହିଁ ତାଙ୍କ ଯୋଗଦାନକୁ ଭୂଲି ଯାଇଛି ।

ସଈ ରା ନରସିମା ରେଡ୍ଡୀ ଫିଲ୍ମର ଟିଜରରେ ଭାରତର ସ୍ୱାଧୀନତା ନାୟକ ଭଗତ ସିଂ, ରାଣୀ ଲକ୍ଷ୍ମୀବାଇ ଏବଂ ମଙ୍ଗଲ ପାଣ୍ଡେଙ୍କ ଚର୍ଚ୍ଚା ହୋଇଛି । ଅଭିନେତାଙ୍କର ପୂର୍ବ ଫିଲ୍ମ ତୁଳନାରେ ଏହି ଫିଲ୍ମରେ ତାଙ୍କର ଲୁକ ଖୁବ ଦମଦାର ଲାଗୁଛି । ଫିଲ୍ମର ଟିଜରରେ ସମସ୍ତ କଳାକାରଙ୍କ ଝଲକ ଦେଖିବାକୁ ମିଳିଛି ।

ଏହି ଫିଲ୍ମର ନିର୍ମାତା ରହିଛନ୍ତି ରାମ ଚରଣ । ସୁରେନ୍ଦ୍ର ରେଡ୍ଡୀ ଏହି ଫିଲ୍ମର ନିର୍ଦ୍ଦେଶକ ଅଟନ୍ତି । ଏହି ପ୍ରଥମ ଅଟେ ଯେଉଁଠି ସାଉଥ ସୁପରଷ୍ଟାର ଚିରଞ୍ଜୀବୀ ଏବଂ ବଲିଉଡର ବାଦଶାହ ଅମିତାଭ ବଚ୍ଚନଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷାରେ ୨ ଅକ୍ଟୋବରରେ ରିଲିଜ ହେବ । ହିନ୍ଦୀରେ ଏହି ଫିଲ୍ମକୁ ଫରହାନ ଅଖତର ଏବଂ ରିତେଶ ସିଧବାନୀଙ୍କ କମ୍ପାନୀ ଏକ୍ସେଲ ଇଂଟରଟେନମେଂଟ ରିଲିଜ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More