Only for Entertainment

ଏହି ସବୁ ଲକ୍ଷଣ ରୁ ଜାଣିପାରିବେ ରକ୍ତ କର୍କଟ ସମ୍ପର୍କରେ ।

0 65

ବ୍ୟସ୍ତ ଜୀବନଶୈଳୀ, ଭୁଲ ଖାଦ୍ୟପେୟ ଯୋଗୁଁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହୁଅନ୍ତି। ଏହା ମଧ୍ୟରୁ ଗୋଟିଏ ହେଉଛି ରକ୍ତ କର୍କଟ ବା ଲିକ୍ୟୁମିଆ। ପ୍ରାଥମିକ ପ୍ରର୍ଯ୍ୟାୟରୁ ଏହି ରୋଗର ଲକ୍ଷଣ ଜଣାପଡି ନଥାଏ। ୩୦ ବର୍ଷ ପରେ ଏହି ରୋଗ ହେବାର ଆଶଙ୍କା ଅଧିକ ଦେଖାଯାଏ। ରୋଗ ଗମ୍ଭୀର ରୂପ ନେବା ପୂର୍ବରୁ ଏହାର ଲକ୍ଷଣ ଚିହ୍ନଟ କରି ପାରିଲେ ଚିକିତ୍ସା ସମ୍ଭବ ହୋଇଥାଏ। ତେବେ ଆସନ୍ତୁ ଜାଣିବା ରକ୍ତ କର୍କଟର ଲକ୍ଷଣ କ’ଣ?

  • ରକ୍ତକର୍କଟର ହେଲେ ଆରମ୍ଭ ଦିନ ଗୁଡିକରେ ରୋଗୀ ବାରମ୍ୱାର ଏନିମିୟା ଓ ଜ୍ୱର ଲାଗି ରହେ। ଏହାଛଡା ରୋଗୀକୁ ସବୁବେଳେ ଥକ୍କା ଲାଗିଥାଏ।
  • ଗଳା ଓ କାଖତଳ ଦରଜ ହେବା ଛାତି ପୋଡାଜଳା , ଗୋଡ ଦରଜ ହେବା ରକ୍ତ କର୍କଟର ଲକ୍ଷଣ।
  • ଛୋଟ ଖଣ୍ଡିଆରୁ ଅଧିକ ରକ୍ତ ବୋହିବା, ନାକ ପାଟି, ମୁହଁ ଓ ଶୈଚ ସ୍ଥାନରୁ ରକ୍ତ ବୋଡିବା ରକ୍ତକର୍କଟର ଲକ୍ଷଣ।
  • ନିମୋନିଆ ହେବା, ମୁହଁରେ ଘା, ଚର୍ମ ଲାଲ ପଡିଯିବା ଆଦି ସମସ୍ୟା ହେଲେ ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
  • ଅଚାନାକ ଓଜନ କମିଯିବା ସାମାନ୍ୟ ନୁହେଁ। ରକ୍ତ କର୍କଟ ହେଲେ ରୋଗୀର ଅଚାନାକ ଓଜନ କମିଯାଏ।
  • ରକ୍ତ କର୍କଟ ରୋଗୀର ଶରୀରରେ ରୋଗ ପ୍ରତିରୋଧକ କ୍ଷମତା କମିଯାଇଥାଏ।
  • ରାତିରେ ଶୋଇବା ସମୟରେ ପାଗ ଥଣ୍ଡାରେ ମଧ୍ୟ ଝାଳ ବୋହୁଥିଲେ ସତର୍କ ହୋଇଯାଆନ୍ତୁ।

ରକ୍ତରେ ପ୍ଲେଟ୍‌ଲେସ୍‌ ପରିମାଣ କମ୍‌ ହୋଇଯିବା ରକ୍ତ କର୍କଟର ଲକ୍ଷଣ। ଏହା ପ୍ରଭାବରେ ଶରୀରରେ ନୀଳ ଓ ବାଇଗେଣୀର ଚିହ୍ନ ଦେଖାଦେଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More