Only for Entertainment

‘ମୁଲ୍କ’ ପରେ ପୁଣିଥରେ ଏକାଠି କାମ କରିବେ ଅନୁଭବ ସିହ୍ନା ଏବଂ ତାପସୀ ପନ୍ନୁ

NewsX
17

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଫିଲ୍ମ ନିର୍ଦ୍ଦେଶକ ଅନୁଭବ ସିହ୍ନା ଏବେ ଖୁବ ଚର୍ଚ୍ଚାରେ । ନିକଟରେ ରିଲିଜ ହୋଇଥିବା ଅନୁଭବ ସିହ୍ନାଙ୍କ ଫିଲ୍ମ ‘ଆର୍ଟିକଲ ୧୫’କୁ ବକ୍ସ ଅଫିସରେ ଭଲ ରେସ୍ପନ୍ସ ମିଳିଛି । ଏବେ ଖବର ଶୁଣିବାକୁ ମିଳୁଛି ଯେ ପୁଣିଥରେ ଅନୁଭବ ସିହ୍ନା ଏବଂ ତାପସୀ ପନ୍ନୁ ଏକା ସହିତ କାମ କରିବା ପାଇଁ ଯାଉଛନ୍ତି । ଏହା ପୂର୍ବରୁ ଦୁହେଁ ଫିଲ୍ମ ‘ମୁଲ୍କ’ରେ ଏକା ସହିତ କାମ କରିଥିଲେ ।

କହିରଖୁଛୁ ଯେ, ତାପସୀ ରବିବାର ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ସହିତ ଖାଉଥିବାର ନଜର ଆସିଛନ୍ତି । ଫଟୋ ସେୟାର କରି ତାପସୀ ନିଜ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି ଯେ ସେ ପୁଣିଥରେ ଅନୁଭବଙ୍କ ସହିତ କାମ କରିବା ପାଇଁ ଯାଉଛନ୍ତି ।

ଦେଖନ୍ତୁ ଟ୍ୱିଟ-

ଏହି ଟ୍ୱିଟରେ ରିଲିଜ ଡେଟକୁ ଇଶାରା କରି ତାପସୀ ଲେଖିଥିଲେ, ‘ମାର୍ଚ୍ଚ ୮ ୨୦୨୦ ଏକ ଦେଖିବାର ଦିନ ହେବ ।’ ଏହାର ଉତ୍ତର ଦେଇ ଅନୁଭବ ସିହ୍ନା ଲେଖିଥିଲେ ମାତ୍ର ଶୁକ୍ରବାର ତ ୬ ମାର୍ଚ୍ଚରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More