Only for Entertainment

ବିବାଦ ଘେରରେ ଥିବା ୱମନିଆ ଫିଲ୍ମର ସୁଟିଂ ହେଲା ଆରମ୍ଭ, ଫଟୋ ପୋଷ୍ଟ କରି ଜଣାଇଲେ ପିଙ୍କ ଅଭିନେତ୍ରୀ !

17

ବଲିଉଡର ପିଙ୍କ ଗର୍ଲ ତାପସୀ ପନ୍ନୁଙ୍କ ଫିଲ୍ମ ‘ୱମନିଆ’ଉପରେ ଆସିଥିବା ସଙ୍କଟ ଏବେ ଟଳିଛି । କେବେ ଏହି ଫିଲ୍ମକୁ ନେଇ ଅନେକ ବିବାଦ ଲାଗି ରହିଥିଲା, ଶେଷରେ ଅନୁରାଗ କଶ୍ୟପଙ୍କ ଏହି ଫିଲ୍ମର ସୁଟିଂ ଏବେ ଆରମ୍ଭ ହୋଇଯାଇଛି ।

ଏହି ଫିଲ୍ମରେ ତାପସୀଙ୍କ ସହ ଭୂମି ପେଡନେକର ମଧ୍ୟ ଭୂମିକାରେ ନଜର ଆସିବେ । ଏହି ଦୁୂହିଁଙ୍କ ସହ ଫିଲ୍ମ ସହ ଜଡିତ ଅନ୍ୟ ଲୋକମାନେ ମଧ୍ୟ ସୋସିଆଲ ମିଡିଆରେ ଫିଲ୍ମର ଘୋଷଣା କରିଛନ୍ତି । ତାପସୀ ଏହି ଫଟୋ ଶେୟାର କରି ପୋଷ୍ଟ ଲେଖି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି ।

ଅସଲରେ ଏହି ଫିଲ୍ମର ଟାଇଟଲକୁ ନେଇ ବିବାଦ ହୋଇଥିଲା ,ଏହିକାରଣରୁ ପ୍ରୋଜେକ୍ଟ ବନ୍ଦ ହେବା ଖବର ସାମ୍ନାକୁ ଆସିଥିଲା । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଫିଲ୍ମରେ ତାପସୀ ଏବଂ ଭୂମି ସୁଟର ଭୂମିକା ତୁଲାଇବେ । ଏହି ଫିଲ୍ମ ଭାରତର ଦୁଇ ବୟସ୍କ ମହିଳା ସୁଟର ଚନ୍ଦ୍ର ତୋମର ଏବଂ ତାଙ୍କ ଦେବରାନୀ ପ୍ରକାଶ ତୋମର ଙକ ଜୀବନୀକୁ ନେଇ ପ୍ରେରିତ ଅଟେ ।

ଏହି ଫିଲ୍ମ ସହ ତୁଷାର ହିରନନ୍ଦାନୀ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମ ସୁଟିଂ ଘୋଷଣା ସହ ଫଟୋ ମଧ୍ୟ ଶେୟାର କରାଯାଇଛି । ଯେଉଁଥିରେ ତାପସୀ , ଭୂମି, ଅନୁରାଗ କଶ୍ୟପ ଏବଂ ନିର୍ଦ୍ଦେଶକ ତୁଷାର ହୀରନନ୍ଦାନୀ ଦୁହେଁ ସୁଟରଙ୍କ ସହ ନଜର ଆସିଛନ୍ତି । ତାଙ୍କ ହାତରେ ଅନେକ ମେଡାଲ ମଧ୍ୟ ଅଛି । ଏବେ ପର୍ଯ୍ୟନ୍ତ ଫିଲ୍ମ ରିଲିଜ ଡେଟ ଫାଇନାଲ ହୋଇ ନାହିଁ !

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More