Only for Entertainment

ବଲିଉଡକୁ ଆସିବା ପୂର୍ବରୁ ସଫ୍ଟୱେର ଇଂଜିନିୟର ଥିଲେ ଏହି ଅଭିନେତ୍ରୀ, ଗୋଟିଏ ଫିଲ୍ମରୁ ରାତା ରାତି ହୋଇଥିଲେ ସୁପରଷ୍ଟାର ।

The Indian Wire
0 68

ବବଲି ଗର୍ଲ ନାମରେ ପରିଚିତ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଜନ୍ମ ୧ ଅଗଷ୍ଟ ୧୯୮୭ରେ ଦିଲ୍ଲୀର ଏକ ଶିଖ ପରିବାରରେ ହୋଇଥିଲା । ତାଙ୍କ ପିତା ଦିଲମୋହନ ସିଂ ଏକ ବିଜନେସମ୍ୟାନ ଥିଲେ ଏବଂ ତାଙ୍କ ମା ନିର୍ମଳଜୀତ ପନ୍ନୁ ଜଣେ ହାଉସ ୱାଇଫ । କେବଳ ବର୍ଷ ବୟସରୁ ତାପସୀ କଥକ ଏବଂ ଭାରତନାଟ୍ୟମ ଶିଖିବା ଆରମ୍ଭ କରି ଦେଇଥିଲେ ।

ତାପସୀ ପନ୍ନୁ ଦିଲ୍ଲୀର ଏକ ପବ୍ଲିକ ସ୍କୁଲରୁ ସ୍କୁଲ ଶିକ୍ଷା ଶେଷ କରିଥିଲେ । ପଢା ସହିତ ତାଙ୍କର ସ୍ପୋଟର୍ସ ଏବଂ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜରେ ମଧ୍ୟ ରୁଚି ଥିଲା । ଦ୍ୱାଦଶ ଶେଷ କରିବା ପରେ ସେ ଗୁରୁ ତେଗ ବାହାଦୁର ଇଂଷ୍ଟିଟ୍ୟୁଟ ଅଫ ଟେକନୋଲୋଜିରେ କମ୍ପ୍ୟୁଟର ସାଇନ୍ସରେ ଇଂଜିନିୟରିଂ କରିଥିଲେ । ଏହା ପରେ ସେ ଏମବିଏ କରିବା ପାଇଁ ଚାହୁଁଥିଲେ କିନ୍ତୁ ଭଲ କଲେଜ ନ ମିଳିବାକୁ ତାପସୀ ସପ୍ଟୱେର ଇଂଜିନିୟର ଭାବେ ଚାକିରି କରିଥିଲେ । ତାପସୀ ପାଖାପାଖି ୬ ମାସ ପର୍ଯ୍ୟନ୍ତ ଚାକିରି କରିଥିଲେ ।

TAAPSEE

ଆକ୍ଟିଂରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସେ ମଡଲିଂ କରୁଥିଲେ । ଏହାପରେ ତାଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଅଫର ଆସିବାକୁ ଲାଗିଲା । ସେ ଅଭିନେତା ଧନୁଷଙ୍କ ସହିତ ତାମିଲ ଫିଲ୍ମ ‘ଆଡୁକଲାମ’ ଜରିଆରେ ଫିଲ୍ମରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ହିଟ ହେବା ସହିତ ଫିଲ୍ମକୁ ୬ଟି ନ୍ୟାସନାଲ ଆୱାର୍ଡ ମିଳିଥିଲା ।

taapsee-pannu

ତାପସୀ ୨୦୧୩ରେ ରିଲିଜ ହୋଇଥିବା ଫିଲ୍ମ ‘ଚସମେବଦୁର’ରେ ବଲିଉଡ ଡେବ୍ୟୁ କରିଥିଲେ । ଫିଲ୍ମ ସଫଳ ହୋଇନଥିଲେ ମଧ୍ୟ ତାପସୀଙ୍କୁ ସମସ୍ତେ ନୋଟିସ କରିଥିଲେ । ନିର୍ଦ୍ଦେଶକ ସୁଜିତ ସରକାରଙ୍କ ଫିଲ୍ମ ‘ପିଙ୍କ’ ତାପସୀଙ୍କୁ ବଡ ପରିଚୟ ଦେଇଥିଲା । ଏହାପରେ ତାଙ୍କୁ ଅନେକ ଫିଲ୍ମର ଅଫର ଆସିବାକୁ ଲାଗିଲା । ଏହାପରେ ସେ ଅନେକ ବଲିଉଡ ଫିଲ୍ମରେ ନଜର ଆସିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ତାପସୀ ଖୁବ ଶୀଘ୍ର ଫିଲ୍ମ ‘ମୁଲ୍କ’ରେ ନଜର ଆସିବେ । ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ତାପସୀଙ୍କ ବ୍ୟତୀତ ଋଷି କପୁର ଏବଂ ରଜତ କପୁର ନଜର ଆସିବେ । ଫିଲ୍ମ ୩ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More