Only for Entertainment

Birthday Special:  ୩୨ ବର୍ଷରେ ପାଦ ଦେଲେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଜଣା ଅଜଣା କଥା

DNA India
28

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ କିଛି ବର୍ଷ ହେବ ବଲିଉଡକୁ ଭଲ ଭଲ ଫିଲ୍ମ ଦେଇଛନ୍ତି । ଏହି ସୂଚୀରେ ‘ନାମ ଶବାନା’, ‘ପିଙ୍କ’ ଏବଂ ‘ମୁଲ୍କ’ ପରି ଫିଲ୍ମ ସାମିଲ ରହିଛି । ଏହି ସମସ୍ତ ଫିଲ୍ମରେ ତାପସୀଙ୍କ ଅଭିନୟକୁ ଦର୍ଶକଙ୍କ ସହିତ କ୍ରିଟିକ୍ସ ଖୁବ ପ୍ରଶଂସା କରିଛନ୍ତି । ତାପସୀ ବଲିଉଡ ବ୍ୟତିତ ସାଉଥର ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ତାପସୀଙ୍କ ଜନ୍ମ ୧ ଅଗଷ୍ଟ ୧୯୮୭ରେ ଦିଲ୍ଲୀରେ ହୋଇଥିଲା । ଆଜି ତାପସୀ ନିଜର ୩୧ ତମ ଜନ୍ମ ଦିନ ପାଳନ କରୁଛନ୍ତି । ତେବେ ଏହି ଖାସ ମଉକାରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡିତ କିଛି ରୋଚକ କଥା ଉପରେ ।

  • ଖୁବ କମ ଲୋକଙ୍କୁ ଜଣାଥିବ ତାପସୀଙ୍କ ଡାକ ନାମ ମ୍ୟାଗୀ ।
  • ତାପସୀ ଜଣେ ପ୍ରେଫେସନାଲ ଡ୍ୟାନ୍ସର । ୪ର୍ଥ ଶ୍ରେଣୀରୁ ସେ ଭାରତନାଟ୍ୟମ ଏବଂ କଥକ ଶିଖିଥିଲେ । ସେ ଅନେକ ଇଣ୍ଟର କଲେଜ ଡ୍ୟାନ୍ସ କମ୍ପିଟିସନ ମଧ୍ୟ ଜିତି ଛନ୍ତି ।
  • ତାପସୀ ପଢାରେ ମଧ୍ୟ ଖୁବ ପ୍ରବୀଣା । ଦ୍ୱାଦଶ ,ଶ୍ରେଣୀରେ ସେ ୯୦ ପ୍ରତିଶତ ମାର୍କ ରଖିଥିଲେ । ଏହାପରେ ସେ ଇଂଜିନିୟରିଂ ପଢା ପୂରା କରିଥିଲେ । ଏହା ପରେ ସେ ଏମବିଏ ପାଇଁ କ୍ୟାଟ ପରୀକ୍ଷା ମଧ୍ୟ ଦେଇଥିଲେ । ଏହି ପରୀକ୍ଷାରେ ସେ ୮୮ ପ୍ରତିଶତ ମାର୍କ ରଖିଥିଲେ ।
  • ଡ୍ୟାନ୍ସିଂ ଏବଂ ଆକ୍ଟିଂ ବ୍ୟତିତ ତାପସୀ ଜଣେ ଭଲ ସ୍ୱାଶ ପ୍ଲେୟାର ଅଟନ୍ତି । ତାଙ୍କୁ ଏହି ଗେମ୍ ଖୁବ ପସନ୍ଦ ।
  • ତାପସୀ ଜଣେ ସାଧାରଣ ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି । ତାଙ୍କ ଅନୁସାରେ ରିଲେସନସିପରେ ମାତ୍ର ଜଣେ ହିଁ ଷ୍ଟାର ହୋଇପାରିବ । କହିରଖୁଛୁ ଯେ ତାପସୀ ଦକ୍ଷିଣ ଭାରତର ଜଣେ ବ୍ୟକ୍ତିଙ୍କ ସହିତ ରିଲେସନସିପରେ ଥିଲେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More