Only for Entertainment

ଟ୍ରୋଲର୍ସଙ୍କୁ ମହଙ୍ଗା ପଡ଼ିଲା ତାପସୀଙ୍କ ଏପିକ ଉତ୍ତର । କେବେ ମିଳିନଥିବ ଏଭଳି କଡ଼ା ଜୱାବ ।

28

ଟଲିଉଡ ଏବଂ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ଭୂମି ପେଡନେକର ଷ୍ଟାରର ଫିଲ୍ମ ‘ସାଣ୍ଢ କି ଆଁଖ’ର ସୁଟିଂ କରୁଛନ୍ତି । ଏହି ଫିଲ୍ମରେ ତାପସୀ ହରିୟାଣାର ସୁଟର ଦାଦୀ ଚରିତ୍ରରେ ଅଭିନୟ କରୁଛନ୍ତି । ଫିଲ୍ମ ସେଟରୁ ତାପସୀ ପନ୍ନୁ ଏବଂ ଭୂମି ପେଡନେକର ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି । ଏହା ବ୍ୟତୀତ ତାପସୀ ପନ୍ନୁ ଇଂଷ୍ଟାଗ୍ରାମରେ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ସହିତ ଏକ ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ଦୁଇଜଣ ଖାଉଥିବାର ନଜର ଆସଛନ୍ତି ।

ବାସ୍ତବରେ ତାପସୀ ଫିଲ୍ମ ‘ମୁଲ୍କ’ ପରେ ପୁଣିଥରେ ଅନୁଭବ ସିହ୍ନାଙ୍କ ସହିତ ଫିଲ୍ମ ‘ଥପ୍ପଡ଼’ରେ କାମ କରିବାକୁ ଯାଉଛନ୍ତି । ତେବେ ତାପସୀଙ୍କ ସହିତ ଅନୁଭବଙ୍କ ଫଟୋ ଦେଖିବା ପରେ ଟ୍ରୋଲର୍ସ ତାପସୀଙ୍କୁ ଟ୍ରୋଲ କରିଛନ୍ତି । ଯାହାକୁ ବର୍ଣ୍ଣନା କରି କଡ଼ା ଜୱାବ ଦେଇଛନ୍ତି ଅଭିନେତ୍ରୀ । ଟ୍ରୋଲର୍ସ ଲେଖିଥିଲେଯେ ତାପସୀଙ୍କୁ କିଛି ଅଭିନୟ ଆସୁନାହିଁ, ତାଙ୍କ ସ୍ଥାନରେ ଅନ୍ୟ କୌଣସି ଅଭିନେତ୍ରୀଙ୍କୁ ନେଲେ ଭଲ ହୋଇଥାନ୍ତା ।

 

ତାପସୀ ଏହାର କଡ଼ା ଉତ୍ତର ଦେଇ ଲେଖିଛନ୍ତି, ସରି ୟାର, ଏବେ ତ ସବୁକିଛି ସାଇନ ଏବଂ ସିଲ ହୋଇ ସାରିଛି, ମୁଁ ଏବେ ସରଙ୍କୁ ବାହାରିବାକୁ ଦେବି ନାହିଁ, କିନ୍ତୁ ଏକ କାମ କର, ଆଗାମୀ ଫିଲ୍ମ ପାଇଁ ଅଟକାଇ ଦିଅ, କାରଣ ହୋଇପାରେ ତାକୁ ମୁଁ ଖୁବଶୀଘ୍ର ଲକ କରିଦେଇପାରେ ।

କହିରଖୁଛୁ ତାପସୀ ଖୁବଶୀଘ୍ର ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ‘ମିଶନ ମଙ୍ଗଲ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More