Only for Entertainment

‘ମନମର୍ଜିୟାଁ’ ପରେ ଅନୁରାଗ କଶ୍ୟପଙ୍କ ସହିତ ହାତ ମିଳାଇଲେ ତାପସୀ ପନ୍ନୁ, ସୁପରନ୍ୟାଚୁରାଲ ଥିଲର ଫିଲ୍ମରେ ଆସିବେ ନଜର

Deccan Chronicle
26

ଗତ ବର୍ଷ ଅନୁରାଗ କଶ୍ୟପ ଦର୍ଶକଙ୍କୁ ଫିଲ୍ମ ‘ମନମର୍ଜିୟାଁ’ ଭେଟି ଦେଇ ଥିଲେ । ଏହି ଲଭ ଟ୍ରାଏଙ୍ଗଲ ଫିଲ୍ମରେ ତାପସୀ ପନ୍ନୁ , ଅଭିଷେକ ବଚ୍ଚନ ଏବଂ ଭିକ୍କି କୌଶଲ ନଜର ଆସିଥିଲେ । ଫିଲ୍ମ ବକ୍ସ ଅଫିସରେ କିଛି ଖାସ କମାଲ କରିପାରିନଥିଲା । କିନ୍ତୁ ପ୍ରତ୍ୟେକ କଳାକାର ଫିଲ୍ମର ନିଜର ଦମଦାର ଅଭିନୟ ଦକ୍ଷତାର ପ୍ରମାଣ ଦେଇଥିଲେ । ତାପସୀଙ୍କ ବିଷୟରେ କହିବାକୁ ଗଲେ ନିକଟରେ ତାଙ୍କର ଫିଲ୍ମ ବଦଲା ରିଲିଜ ହୋଇଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ଏବେ ଭଲ ବ୍ୟବସାୟ ମଧ୍ୟ କରୁଛି । ଏବେ ତାପସୀଙ୍କ ହାତରେ ଆଉ ଏକ ଫିଲ୍ମ ଲାଗିଛି । ସବୁୂଠାରୁ ବଡ କଥା ହେଉଛି ଯେ, ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଅନୁରାଗ କଶ୍ୟପ କରିବେ ।

ଜଣା ଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଟ୍ୱିଟ କରି ତରଣ କହିଛନ୍ତି ଯେ, ତାପସୀ ଏବଂ ଅନୁରାଗ କଶ୍ୟକ ଏକ ସୁପରନ୍ୟାଚୁରାଲ ଥ୍ରିଲରରେ କାମ କରିବାକୁ ଯାଉଛନ୍ତି । ଏବେ ଫିଲ୍ମର ନାମ ରଖାଯାଇ ନାହିଁ । ଏହି ଫିଲ୍ମକୁ ପ୍ରଡ୍ୟୁସ କରିବେ ସୁନିର ଖେତ୍ରପାଲ । ଫିଲ୍ମର ସିଟିଂ ଚଳିତ ବର୍ଷ ଶେଷ ଆଡକୁ ଆରମ୍ଭ ହେବ । ଏବଂ ୨୦୨୦ ସମରରେ ରିଲିଜ ହେବ ।

ଏବେ ତାପସୀଙ୍କ ହାତରେ ଅନେକ ଫିଲ୍ମ ରହିଛି । ତାପସୀ ଖୁବ ଶୀଘ୍ର ଗେମ ଓଭର, ସାଣ୍ଢ କି ଆଁଖ, ମିଶନ ମଙ୍ଗଳ ଏବଂ ୱମନିଆରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More