Only for Entertainment

ତାପସୀ ପନ୍ନୁ ସାଜିଲେ ‘ହସୀନା ଦିଲରୁବା’,ଖୁବ ମଜାଦାର ରହିଛି ଫିଲ୍ମର ପୋଷ୍ଟର !

33

ତାପସୀ ପନ୍ନୁଙ୍କ ଅପକମିଂ ଫିଲ୍ମ ‘ହସୀନା ଦିଲରୁବା’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଫିଲ୍ମର ପୋଷ୍ଟର ଖୁବ ମଜାଦାର ହୋଇଛି , ପୋଷ୍ଟର ଦେଖି ଫିଲ୍ମକୁ ଫ୍ୟାନ୍ସମାନେ ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ରିପୋର୍ଟ ମୁତାବକ ହସୀନା ଦିଲରୁବା ଏକ ଥ୍ରିଲର ଫିଲ୍ମ ଅଟେ । ପୋଷ୍ଟରରେ ଆପଣ ଦେଖି ପାରୁଥିବେ ଜଣେ ମହିଳା ଶାଢୀ ପିନ୍ଧିଛନ୍ତି ଏବଂ ତଳେ ଭୂଇଁରେ ରକ୍ତ ପଡିଥିବା ଓ ଛୁରୀ ପଡିଥିବା ଦେଖିବାକୁ ମିଳିଛି ।

ତାପସୀ ଏହି ଫଟୋ ଶେୟାର କରି ଲେଖିଛନ୍ତି ଯେ ମେଁ ଭଲେ ବୁରୀ ହୁଁ, ଲେକିନ ବୁରି ହୋନେ ମେଁ ବହତ ଅଛି ହୁଁ । ଏହି ଫିଲ୍ମ ୧୮ସେପ୍ଟେମ୍ବର ୨୦୨୦ରେ ସିନେମାଘରେ ରିଲିଜ ହେବ ।

ଫିଲ୍ମରେ ହଂସି ତୋ ଫସି ନିର୍ଦ୍ଦେଶକ ବିନିଲ ମେଥ୍ୟୁ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ଏହି ଫିଲ୍ମରେ ତାପସୀଙ୍କ ସହ ବିକ୍ରାନ୍ତ ମୈସୀ ମୁଖ୍ୟ ଭୂମିକାରେ ନଜର ଆସିବେ । ରିପୋର୍ଟ ମୁତାବକ ଏହା ଏକ ରୋମାଂଟିକ ଥ୍ରିଲର ଫିଲ୍ମ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More