Only for Entertainment

କଠୁଆ ଗଣ ଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ତାପସୀ, କହିଲେ ‘ଏବେ ଧର୍ମ ଆଧାରରେ ଦୁଷ୍କର୍ମ ହେବାରେ ଲାଗିଛି’

news9express
0 40

କଠୁଆରେ ୮ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ଏବଂ ହତ୍ୟା କୁ ନେଇ ବର୍ତ୍ତମାନ ପୁରା ଦେଶରେ ମାହୋଲ ଗରମ ରହିଛି । ଏହି ମାମଲା ଏବେ ରାଜନୈତିକ ରୂପ ନେଇଛି । ଏହାର ପ୍ରଭାବ ଦେଶର ଅନ୍ୟ ଭାଗରେ ମଧ୍ୟ ଦେଖିବାକୁ ମିଳୁଛି । ଏହାକୁ ନେଇ ବଲିଉଡ ଇଣ୍ଡଷ୍ଟ୍ରୀରେ ମଧ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

୨୦୧୬ରେ ରିଲିଜ ହୋଇଥିବା ଫିଲ୍ମ ‘ପିଙ୍କ’ରେ ଜଣେ ଯୌନ ଶୋଷଣର ଶିକାର ହୋଇଥିବା ଚରିତ୍ରରେ ଅଭିନୟ କରିଥିବା ତାପସୀ ପନ୍ନୁ ମଧ୍ୟ କଠୁଆ ଗଣଦୁଷ୍କର୍ମ ମାମଲାରେ ପଶ୍ନ ଉଠାଇଛନ୍ତି । ତାପସୀ ଟୁଇଟ କରି ଲେଖିଥିଲେ, ‘ତେଣୁ ଦେଶରେ ଏବେ ଧର୍ମ ଆଧାରରେ ଦଷ୍କର୍ମ କରାଯାଉଛି । କ’ଣ ଆମେ ନିଲ୍ଲଜ ନ ହୋଇ ଅନ୍ୟ ଉପରକୁ ଆଙ୍ଗୁଳି ଉଠାଇବା ବନ୍ଦ କରି ପାରିବା ନାହିଁ । ଏହି ଘଟଣା ପୂରା ଦେଶକୁ ମଜାକ ବନାଇ ରଖିଦେଇଛି ।’

ତାପସୀଙ୍କ ବ୍ୟତିତ ଫିଲ୍ମ ଦୁନିଆର ଅନେକ କଳାକାର ଏହା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି । ଏହା ସହିତ ଆସିଫାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ।

ଖବର ଅନୁସାରେ ଆସିଫାଙ୍କ ପିତା ମୋହମ୍ମଦ ୟୁୟୁଫ ୧୨ ଜାନୁୟାରୀରେ ହୀରାନଗର ଥାନାରେ କେସ୍ ଦେବାପର ଏହି ଘଟଣା ସମ୍ନାକୁ ଆସିଥିଲା । ୧୦ ଜାନୁୟାରୀ ପ୍ରାୟ ଦିନ ୧୨.୩୦ ପାଖାପାଖି ଆସିଫା ଘୋଡା ପାଇଁ ଚାରା ଆଣିବାକୁ ଜଙ୍ଗଲକୁ ଯାଇଥିଲେ । ଏହାପରେ ସେ ଘରକୁ ଫେରି ନଥିଲେ । ପୋଲିସରେ ଏଫଆଇଆର ଦେବା ପରେ ଜାଣା ପଡିଲା ଯେ ଆସିଫାଙ୍କୁ ବନ୍ଦୀ କରାଯାଇ ଏକ ମନ୍ଦିରରେ ରଖାଯାଇଥିଲା ଏବଂ ଅନେକ ଦିନ ଦୁଷ୍କର୍ମ କରାଯାଇ ପରେ ହତ୍ୟା କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More