Only for Entertainment

ଏହି ମହିଳା କ୍ରିକେଟରଙ୍କ ବାୟୋପିକରେ ନଜର ଆସିବେ ତାପସୀ ପନ୍ନୁ !

34

ତାପସୀ ପନ୍ନୁ କେତେ ଶାନଦାର ଅଭିନୟ କରନ୍ତି ଏହା ସମସ୍ତଙ୍କୁ ଜଣା । ସେ ସବୁବେଳେ ଚାଲେଞ୍ଜିଂ ଭୂମିକା ତୁଲାଇବାକୁ ପଛାନ୍ତି ନାହିଁ । ଏହି ସମୟରେ ତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଫ୍ୟାନ୍ସମାନେ ନିଶ୍ଚୟ ଖୁସି ହୋଇଯିବେ । ଶୁଣିବାକୁ ମିଳିଛି ଯେ ତାପସୀ ପନ୍ନୁ ଜଣେ ମହିଳା କ୍ରିକେଟର ଭୂମିକାରେ ନଜର ଆସିବେ । ସେ ମିତାଲୀ ରାଜଙ୍କ ବାୟୋପିକରେ ଅଭିନୟ କରିବେ । ମିତାଲୀ ରାଜ ଭାରତୀୟ ମହିଳା କ୍ରିକେଟ ଟିମରେ ଅନେକ ଦିନ ଧରି କ୍ୟାପଟେନ ଅଛନ୍ତି ଏବଂ ସବୁଠାରୁ ସଫଳ କ୍ୟାପଟେନ ମଧ୍ୟ ।

ମାତ୍ର ଏସମ୍ପର୍କରେ ଏବେ କୌଣସି ସ୍ପଷ୍ଟ ଖବର ମିଳିନାହିଁ । ତାପସୀଙ୍କୁ ପଚରାଯିବା ପରେ ସେ କହିଛନ୍ତି ଯେ ଏବେ ପର୍ଯ୍ୟନ୍ତ ଫିଲ୍ମର ସ୍କ୍ରପ୍ଟ ପ୍ରସ୍ତୁତ ହୋଇନାହିଁ , ଏହିକାରଣରୁ ଏହି ଫିଲ୍ମ ବିଷୟରେ ସେ କିଛି କହି ପାରିବେ ନାହିଁ । ଏବେ ଡାଟା ଅନୁଧ୍ୟାନ କରୁଛନ୍ତି ଏହାପରେ ସ୍କ୍ରିପ୍ଟ । ଯଦି ଏହି ଫିଲ୍ମ ପାଇଁ ତାଙ୍କୁ ଅଫର ମିଳେ ତେବେ ସେ ନିଶ୍ଚୟ ଏହି ଭୂମିକା ଖୁସି ଖୁସି ତୁଲାଇବେ ।

ଫିଲ୍ମ ପାଇଁ ସମସ୍ତ ରାଇଟ୍ସ ବାୟକମ ୧୮ମୋଶନ ପିକଚର୍ସ କିଣି ନେଇଛନ୍ତି । ଯଦି ସବୁକିଛି ଠିକ ରହିବ ତେବେ ଖୁବଶୀଘ୍ର ଆପଣଙ୍କୁ ଆଉ ଏକ ଧମାକାଦାର ବାୟୋପିକ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More