Only for Entertainment

ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଳ’ରୁ ସାମ୍ନାକୁ ଆସିଲା ତାପସୀ ପନ୍ନୁଙ୍କ ଲୁକ୍ ।

HuffPost India
16

ବଲିଉଡର ଭର୍ସାଟାଇଲ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ଖୁବ ଶୀଘ୍ର ଅକ୍ଷୟ କୁମାର ଷ୍ଟାରର ଫିଲ୍ମ ମିଶନ ମଙ୍ଗଳରେ ଦେଖିବାକୁ ମିଳିବ । ଏହି ଫିଲ୍ମର ସୁଟିଂ ନିକଟରେ ଆରମ୍ଭ ହୋଇସାରିଛି । ଅଭିନେତ୍ରୀ ତାପସୀ ପନ୍ନୁ ସୁଟିଂର ପ୍ରଥମ ଦିନରେ ସୁଟିଂ ସେଟରୁ ନିଜର ଏକ ଫଟୋ ସେୟାର କରିଛନ୍ତି । ଫିଲ୍ମରେ ତାଙ୍କର ଲୁକ କିପରି ରହିବ ତାହାର ଏକ ଝଲକ ଫଟୋରେ ଦେଖିବାକୁ ମିଳିଛି ।

 

ଏହି ଫଟୋକୁ ନିଜ ଇଂଷ୍ଟାଗ୍ରାମ ସେୟାର କରି ତାପସୀ ଲେଖିଥିଲେ, Kritika Agarwal , Navigation and Communication Department, reporting on duty ??‍♀️ #MissionMangal #FirstDay #FireTheEngines  ଫଟୋରେ ତାପସୀଙ୍କୁ ୟେଲୋ ସାଢୀରେ ଦେଖିବାକୁ ମିଳିଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଅକ୍ଷୟ ଏବଂ ତାପସୀଙ୍କ ବ୍ୟଚିତ ଫିଲ୍ମରେ ସୋନାକ୍ଷୀ ସିହ୍ନା, ବିଦ୍ୟା ବାଲନ ଏବଂ ସରମନ ଜୋସୀ ପରି କଳାକାର ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଜବନ ଶକ୍ତି । ଏବଂ ଫିଲ୍ମର କୋ-ପ୍ରଡ୍ୟୁସର ଅଛନ୍ତି ଆର ବାଲ୍କି । ଏହି ଫିଲ୍ମ ଆଗାମୀ ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More