Only for Entertainment

ବଡ ଭଉଣୀ ସାରାଙ୍କୁ ଏହି ନାମରେ ଡାକନ୍ତି ତୈମୁର !

YouTube
76

ସୈଫ ଅଲ୍ଲୀ ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନ ଆଗାମୀ ମାସରେ ନିଜର ବଲିଉଡ ଏଣ୍ଟ୍ରି ପାଇଁ ପ୍ରସ୍ତୁତ ହେଉଛନ୍ତି । ସାରା ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ନଜର ଆସିବେ ସୁଶାନ୍ତ ସିଂ ରାଜପୁତ । କିଛି ଦିନ ପୂର୍ବେ ହିଁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଟ୍ରେଲର ସହିତ ଫିଲ୍ମର ଦୁଇଟି ଗୀତ ମଧ୍ୟ ସାମ୍ନାକୁ ଆସିଛି ।

କହିରଖୁଛୁ ଯେ, ସାରା ଏବେ ସୁଶାନ୍ତ ସିଂ ରାଜପୁତଙ୍କ ସହିତ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଏକ ରେଡିଓ ଷ୍ଟେସନରେ ଦୁହେଁ ଫିଲ୍ମକୁ ପ୍ରମୋଟ କରିବା ପାଇଁ ପହଁଚିଥିଲେ । ସେଠାରେ ଦୁହେଁ ନିଜ ନିଜ ବିଷୟରେ ଅନେକ ରାଜ ଖୋଲିଥିଲେ । ଯେତେବେଳେ ସାରାଙ୍କୁ ପଚରା ଯାଇଥିଲା ଯେ ତୈମୁର ଆପଣଙ୍କୁ କେଉଁ ନାମରେ ଡାକନ୍ତି ? ଏହାର ଉତ୍ତରରେ ସାରା କହିଥିଲେ ତୈମୁର ମୋତେ ଗୋଲ ଡାକିଥାନ୍ତି । କରୀନାଙ୍କୁ ଅମ୍ମା, ପାପାଙ୍କୁ ଅବା ଏବଂ ଇବ୍ରାହିମଙ୍କୁ ଭାଇ କହି ଡାକିଥାନ୍ତି । ଏହାପରେ ସୁଶାନ୍ତ କହିଥାନ୍ତି ବୋଧ ହୁଏ ସେ ତୁମକୁ ଗୋଲ୍ଡ ଡାକିବାକୁ ଚାହିଁଥାନ୍ତି ।

 

View this post on Instagram

 

#saifalikhan #kareenakapoor #kareenakapoorkhan #saraalikhan

A post shared by Bollywood songs (@bollywood_tellywoodfanatic) on

ସାରାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ‘କେଦାରନାଥ’ ବ୍ୟତିତ ସେ ଫିଲ୍ମ ସିମ୍ବାରେ ମଧ୍ୟ ନଜର ଆସିବେ । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସାରାଙ୍କ ଅପୋଜିଟରେ ରଣବୀର ସିଂ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More