Only for Entertainment

ଗୀତ ଶୁଣି ନିଜକୁ ରୋକି ପାରିଲେ ନାହିଁ ତୈମୂର, ପ୍ରଥମ ଥର ଡ୍ୟାନ୍ସ କରୁଥିବାର ଭିଡିଓ ଆସିଲା ସାମ୍ନାକୁ ।

deccan chronicle
0 95

ପ୍ରତିଦିନ ତୈମୁରଙ୍କର କିଛି ନା କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଗତ କିଛି ଦିନ ତଳେ ତୈମୁର କରୀନାଙ୍କ ସହ ସ୍କୁଲ ଯାଇଥିବାର ନଜର ଆସିଥିଲେ ଏବଂ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ କରୀନା ଜବରଦସ୍ତି ଭାବେ ତୈମୁରଙ୍କୁ ସ୍କୁଲ ନେଇ ଯାଉଥିଲେ ମାତ୍ର ତୈମୁର ଯିବା ପାଇଁ ରାଜି ନଥିଲେ ।

ସେହିଭଳି , ଅଭିନେତା ତୁଷାର କପୁରଙ୍କ ପୁଅ ଲକ୍ଷ୍ୟ ୨ବର୍ଷ ହୋଇ ଯାଇଛନ୍ତି । ଏହି କାରଣରୁ ତାଙ୍କର ଜନ୍ମଦିନରେ ବଲିଉଡର ସମସ୍ତ ଷ୍ଟାର କିଡ ସାମିଲ ହୋଇଥିଲେ । ପାର୍ଟିର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଜନ୍ମଦିନ ପାର୍ଟିରେ ସମସ୍ତଙ୍କ ନଜର କରୀନା ଏବଂ ସୈଫଙ୍କ ପୁଅ ତୈମୁର ଉପରେ ରହିଥିଲା । ତୈମୁରଙ୍କୁ ତାଙ୍କ ଆଈ କୋଳରେ ଧରି ରଖିଥିଲେ । ବର୍ଥଡେ’ ପାର୍ଟି କାରଣରୁ ଯେତେବେଳେ ମ୍ୟୁଜିକ ବାଜିଥିଲା ତୈମୁର ନିଜକୁ ରୋକି ପାରି ନଥିଲେ ଏବଂ ନାଚିବାକୁ ଲାଗିଥିଲେ ।

ଏହି ପାର୍ଟିରେ କେବଳ ତୈମୁର ନୁହଁନ୍ତି, ଜିତେନ୍ଦ୍ରଙ୍କ ନାତି ଲକ୍ଷ୍ୟ ମଧ୍ୟ ମସ୍ତି କରୁଥିବାର ନଜର ଆସିଥିଲେ । ତୁଷାରଙ୍କ ପୁଅର ବର୍ଥଡେ’ ପାର୍ଟିରେ କରଣ ଜୋହରଙ୍କ ଦୁଇ ଶିଶୁ ମଧ୍ୟ ଆସିଥିଲେ । କରଣ ତାଙ୍କ ଝିଅ ରୁହିକୁ କୋଳରେ ଧରିଥିବାର ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More