Only for Entertainment

କେତେ ଦାମରେ ବିକ୍ରି ହୁଏ ତୈମୁରଙ୍କ ଗୋଟିଏ ଫଟୋ, ସୈଫଙ୍କ ଖୁଲାସା ।

YouTube
47

କରିନା କପୁର ଏବଂ ସୈଫ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଅଲ୍ଲୀ ଖାନ କୌଣସି ସୁପରଷ୍ଟାରଙ୍କ ଠାରୁ କମ ନୁହଁନ୍ତି । ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଥିବା ତୈମୁରଙ୍କ ଫଟୋ ଖୁବ ଭାଇରାଲ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଛୋଟ ନବାଦ ତୈମୁରଙ୍କ ଦାମ କେତେ ଆପଣ କେବେ ଭାବିଛନ୍ତି କି ? କିନ୍ତୁ ଏହି ବିଷୟରେ ତୈମୁରଙ୍କ ପିତା ସୈଫ ଅଲ୍ଲୀ ଖାନ ନିକଟରେ ଖୁଲାସା କରିଛନ୍ତି ।

ସୈଫ, ଝିଅ ସାରା ଅଲ୍ଲୀ ଖାନଙ୍କ ସହିତ କଫି ୱିଥ କରଣରେ ପହଁଚିଥିଲେ । ଶୋ’ରେ ସେ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । କରଣ, ସୈଫଙ୍କୁ ତୈମୁର ବିଷୟରେ ପ୍ରଶ୍ନ ମଧ୍ୟ ପଚାରିଥିଲେ । ତୈମୁରଙ୍କ ବିଷୟରେ ଆଲୋଚନା କରିବା ସମୟରେ ସେ କହିଥିଲେ ତୈମୁରଙ୍କ ଯେଉଁ ଫଟୋ ସବୁ ସୋସିଆଲ ମିଡିଆରେ ଆସିଥାଏ ତାହାର ପ୍ରତି ଫଟୋ ପିଛା ଦାମ ୧୫୦୦ ଟଙ୍କା ଥାଏ ।

ସୈଫଙ୍କ ଅନୁସାରେ ତାଙ୍କ ଶ୍ୱଶୁର ରଣଧୀର କପପୁର ଏହି ବିଷୟରେ ତାଙ୍କୁ କହିଥିଲେ । ସୈଫ ମଜାରେ ଏହା ମଧ୍ୟ କହିଥିଲେ ଯେ, ଯଦି ତୈମୁର ମାଧ୍ୟମରେ ତାଲଙ୍କୁ ଟଙ୍କା କମାମଇବାର ସୁଯୋଗ ମିଳୁଛି ତେବେ ଏହା ଚିନ୍ତାର ବିଷୟ ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More