Only for Entertainment

ଗଉଡ ସାଜି କ୍ଷୀର ଦୁହୁଁଥିବା ନଜର ଆସିଲେ ତୈମୁର, ସୋସିଆଲ ମିଡିଆରେ ଫଟୋ ଭାଇରାଲ !

msn
94

କରୀନା କପୂର ଏବଂ ସୈଫ ଅଲୀ ଖାନଙ୍କ ପୁଅ ତୈମୁରଙ୍କର ଏକ ଫଟୋ ପୁଣିଥରେ ଇଂଟରନେଟରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତୈମୁର ଗାଇ ଠାରୁ କ୍ଷୀର ବାହାର କରୁଥିବାର ଦେଖିବାକୁ ମିଳିଛି । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଗାଇ ଅସଲି ନୁହେଁ ବରଂ ଏହା ଗାଇର ଏକ ଡମି ଅଟେ ।

ତୈମୁରଙ୍କ ଏହି ଫଟୋକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ, ଯେଉଁଠି ଗାଇକୁ ଦେଖି ତୈମୁର ନିଜକୁ ରୋକି ପାରିନଥିଲେ ଏବଂ ବନି ଯାଇଥିଲେ ଗୋପାଳକ ।

 

View this post on Instagram

 

Tim ❤

A post shared by Kareena Kapoor Khan (@therealkareenakapoor) on

 

View this post on Instagram

 

#taimuralikhan ❤

A post shared by Viral Bhayani (@viralbhayani) on

ଏହାବ୍ୟତୀତ କରୀନାଙ୍କ ପୁଅ ଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାଏ । ତେବେ ଏହିଭଳି ଆଉ ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ତୈମୁର ଛେଳିକୁ ନିଜ ହାତରେ କିଛି ଖୁଆଉଥିବାର ନଜର ଆସିଛନ୍ତି । ଏହି ଭିଡିଓରେ କରୀନା ମଧ୍ୟ ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ କରୀନା କପୂର, ସୈଫ ଏବଂ ତୈମୁରଙ୍କ ସହ କରୀଶ୍ମା କପୂର ମଧ୍ୟ ନିଜର ଛୁଆ ମାନଙ୍କ ସହ ଛୁଟି ବିତାଇବାକୁ ପଂହଚିଛନ୍ତି । ଏହାବ୍ୟତୀତ ସୋହା ଅଲୀ ଖାନ ମଧ୍ୟ ସ୍ୱାମୀ କୁଣାଳ ଖେମୁ ଏବଂ ଝିଅ ଇନାୟା ସହ ମସ୍ତି କରୁଛନ୍ତି । ଏହି ଭାକେସନର ଅନେକ ଫଟୋ ଇନଷ୍ଟାଗ୍ରାମରେ ନଜର ଆସିଛି , ଯେଉଁଥିରେ ପୂରା ପରିବାର ମସ୍ତି କରୁଥିବାର ନଜର ଆସିଛନ୍ତି । ନିକଟରେ ଇନାୟା ଏବଂ ତୈମୁରଙ୍କ ମସ୍ତି ଚର୍ଚ୍ଚା ସାଉଂଟିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More