Only for Entertainment

ତୈମୁର ଅଲୀ ଖାନଙ୍କୁ ଆସିଲା ରାଗ, କ୍ୟାମେରା ଦେଖି ଛୋଟ ନବାବ କଲେ ଅଜବ ଗଜବ ଈଶାରା, ଭିଡିଓ ଭାଇରାଲ !

44

ଅଭିନେତା ସୈଫ ଅଲୀ ଖାନ ଏବଂ କରୀନା କପୂରଙ୍କ ସେହେଜାଦେ ତୈମୁର ଅଲୀ ଖାନ ଜନ୍ମ ହେଉ ହେଉ ସୁପରଷ୍ଟାର ହୋଇଯାଇଛନ୍ତି । ଛୋଟ ନବାବଙ୍କ ଫଟୋ ଏବଂ ଭିଡିଓ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ନିକଟରେ ତାଙ୍କର ଆଉ ଏଖ ଭିଡିଓ ଇଂଟରନେଟରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଛୋଟ ନବାବଙ୍କ ଚାରିପଟେ ଫଟୋଗ୍ରାଫର୍ସ ଘେରି ହୋଇଛନ୍ତି , ଯାହାକୁ ଦେଖି ତାଙ୍କୁ ରାଗ ଆସିଛି ଏବଂ ସେ କ୍ୟାମେରା ଦେଖି ଅଦ୍ଭୁତ ଈଶାରା କରିଛନ୍ତି ।

ଅସଲରେ ଏହି ଭିଡିଓ ଦୀପାବଳି ଦିନର ଅଟେ । ଭିଡିଓରେ ତୈମୁର ଅଲୀ ଖାନ ବାଣର ୪ଟି ପ୍ୟାକେଟ ଧରିଛନ୍ତି । ଏହାସହ ସେ ରାଗରେ ଥିବା ନଜର ଆସିଛନ୍ତି । ସେହିପରି ଅନ୍ୟପଟେ କରୀନା ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ତୈମୁର ଖୁବ ଜୋରରେ ରାଗି କ୍ୟାମେରାକୁ ଦେଖି ବିରକ୍ତି ଭାବ ପ୍ରକାଶ କରିଛନ୍ତି ।

 

View this post on Instagram

 

#kareenakapoorkhan and #taimuralikhan snapped at #karishmakapoor office today #viralbayani @viralbhayani

A post shared by Viral Bhayani (@viralbhayani) on

ତୈମୁର ଅଲୀ ଖାନଙ୍କ ଏହି ଭିଡିଓ ଭାଇରାଲ ଭୟାନୀଙ୍କ ଅଫିସିଆଲ ଅକାଉଂଟରେ ଶେୟାର କରାଯାଇଛି । ଏହି ଭିଡିଓ ସାଙ୍ଗେ ସାଙ୍ଗେ ଭାଇରାଲ ହେବାକୁ ଲାଗିଛି । ସେହିଭଳି ଭିଡିଓରେ ସବୁବେଳେ ତୈମୁରଙ୍କ ଅନ୍ଦାଜ ଖୁବ କ୍ୟୁଟ ଦେଖିବାକୁ ମିଳିଥାଏ , କିନ୍ତୁ ପାଖାପାଖି ଏତେ କ୍ୟାମେରା ଦେଖି ସେ ଚିଡି ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More