ପାପା ସୈଫଙ୍କ ସହିତ ସ୍ପଟ ହେଲେ କୁନି ତୈମୁର ।
କରୀନା ଏବଂ ସୈଫ ଅଲି ଖାନଙ୍କ ପୁଅ ତୈମୁର ନିକଟରେ ସ୍ପୋର୍ଟି ମୁଡରେ ସ୍ପଟ ହୋଇଛନ୍ତି । ଅଧିକାଂଶ ସମୟରେ ଦେଖିବାକୁ ମିଳେଯେ ସୈଫ ଯେବେ ମଧ୍ୟ ଗେବ ଖେଳିବାକୁ ଯାଆନ୍ତି ସାଙ୍ଗରେ ତୈମୁରଙ୍କୁ ନେଇ ଯାଆନ୍ତି । ଏହି ଥର ମଧ୍ୟ ସେ ବ୍ୟାଡମିଂଟନ କୋର୍ଟରେ ତୈମୁରଙ୍କ ସହିତ ନଜର ଆସିଥିଲେ । ସେଠାରେ ତୈମୁର ବ୍ୟାଡ଼ମିଂଟନ ଖେଳିବାକୁ ଚେଷ୍ଟା କରିଥିଲେ,ଏବେ ତୈମୁର ପାପା ସୈଫଙ୍କ ସହିତ ଫୁଟବଲ ଖେଳିବାକୁ ଚେଷ୍ଟା କରିଛନ୍ତି ।
ସ୍ପୋର୍ଟି ଲକରେ ତୈମୁର ଖୁବ କ୍ୟୁଟ ଦେଖା ଯାଉଛନ୍ତି । ଫଟୋ ଦେଖି ଜଣା ପଡ଼ୁଛିଯେ ତୈମୁର ଫୁଟବଲ ଖେଳିବାକୁ ଚେଷ୍ଟା କରୁଛନ୍ତି ।
ସବୁଠାରୁ ଖାସ କଥା ହେଉଛି ସେ ତାଙ୍କ ପାପାଙ୍କ କଥା ଧ୍ୟାନର ସହିତ ଶୁଣୁଛନ୍ତି ।
ତେବେ ଥରେ କରୀନା କହିଥିଲେଯେ ଯଦି ତାଙ୍କ ପୁଅ ତୈମୁର ଜେଜେ ମସୁର ଅଲି ଖାନଙ୍କ ଭଳି ଜଣେ ଭଲ ଖେଳାଳୀ ହୁଅନ୍ତି ତେବେ ସେ ଖୁବ ଖୁସି ହେବେ । ମସୁର ଜଣେ ଭଲ କ୍ରିକେଟର ଥିଲେ ।
ତଥାପି କରୀନା ନିଜ ନିଷ୍ପତ୍ତିକୁ କେବେ ମଧ୍ୟ ତୈମୁରଙ୍କ ଉପରେ ନ୍ୟସ୍ତ କରିବାକୁ ଚାହାଁନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି । ସେ କହିଛନ୍ତିଯେ ତାହା ନିଜେ ତୈମୁର ଚୟନ କରିବେ ।