୧୦ ସେପ୍ଟେମ୍ବରରୁ ଦିଲ୍ଲୀରେ ଆରମ୍ଭ ହେବ ତାଇୱାନ ଫିଲ୍ମ ଫେଷ୍ଟିଭାଲ, ପ୍ରଦର୍ଶିତ ହେବ ଅନେକ ଫେମସ ଫିଲ୍ମ ।
ଦିଲ୍ଲୀର ଇଣ୍ଡିଆ ହେବିଟେଟ ସେଣ୍ଟରରେ ୧୦ ରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ତାଇୱାନ ଫିଲ୍ମ ମହୋତ୍ସବ ଆୟୋଜିତ ହେବ । ଏହି ଫିଲ୍ମ ମହୋତ୍ସବରେ ଭାରତୀୟ ଦର୍ଶକଙ୍କୁ ପୁରସ୍କାର ବିଜେତା ପାଞ୍ଚଟି ତାଇୱାନ ଫିଲ୍ମ ସମେତ ରାଜନୈତିକ ବ୍ୟଙ୍ଗ, ସମଲିଙ୍ଗିକତା, ଘୋଷ୍ଟ କଲଚର, ବିଦଶେରେ ମଜୁରି ସମେତ ଅନେକ ବିଷୟ ଉପରେ ଡକ୍ୟୁମେଣ୍ଟ୍ରି ପ୍ରଦର୍ଶିତ ହେବ ।
ମହୋତ୍ସବ ଆରମ୍ଭରେ ‘ଦ ଭିଲେଜ ଅଫ ନୋ ରିର୍ଟନ’ ପ୍ରଦର୍ଶିତ କରାଯିବ । ଏହା ପରେ ‘ସ୍ମଲ ଟକ’, ‘ଦ ଟ୍ୟାଗ ଅଲାଙ୍ଗ’, ‘ଦ ସାଇଲେଣ୍ଟ ଟିଚର’ ପ୍ରଦର୍ଶିତ ହେବ । ମହୋତ୍ସବର ଶେଷରେ ‘ଦ ରୋଡ ଟୁ ମଣ୍ଡଲେୟ’ ଦର୍ଶକ ଦେଖିବାକୁ ପାଇବେ ।
ସମାରୋହର ସହ- ଆୟୋଜକ ତାଇପେ ଆର୍ଥିକ ଏବଂ ସଂସ୍କୃତିକ କେନ୍ଦ୍ର ଅନୁସାରେ ଭାରତୀୟ ଦର୍ଶକ ତାଉୱାନର ବିଭିନ୍ନ ସଂସ୍କୃତି ବିଷୟରେ ଅଳ୍ପ ବହୁତ ଜାଣିଥାନ୍ତି ଏବଂ ଏହାର ସାମାଜିକ ସୁନ୍ଦରତା ସହିତ ମନୋରଂଜନ କ୍ଷେତ୍ରରେ ବିକାସ ବିଷୟରେ ଏହି ମେହେତ୍ସବ ଜରିଆରେ ଜାଣିପାରିବେ ଏବଂ ସେମାନଙ୍କର ସଂସ୍କୃତିକୁ ଭଲରେ ବୁଝିପାରିବେ ।
ମହୋତ୍ସବରେ ସମସ୍ତ ଫିଲ୍ମକୁ ଇଂଗ୍ରାଜୀ ସବ ଟାଇଟେଲ ସହିତ ପ୍ରଦର୍ଶିତ କରାଯିବ । ଫିଲ୍ମ ଦେଖିବା ପାଇଁ କୌଣସି ଫିସ ରଖାଯାଇନାହିଁ । ଯେ ପ୍ରଥମେ ଆସିବ ସେ ପ୍ରଥମେ ସିଟ ପାଇବ ଏହି ଆଧାରରେ ଲୋକେ ଫିଲ୍ମ ଗୁଡିକୁ ଉପଭୋଗ କରିପାରିବେ ।