Only for Entertainment

ଏପରି ଏକ ଦେଶ ଯେଉଁଠି ମହିଳାମାନଙ୍କ ପାଇଁ ସ୍ଥିର କରାଯାଇଛି ଡ୍ରେସ୍ କୋଡ୍

BBC
0 39

ଏହା ହେଉଛି ୨୧ବିଂଶ ଶତାବ୍ଦୀ । ବର୍ତ୍ତମାନ ଯୁଗରେ ପୁଅ-ଝିଅଙ୍କ ମଧ୍ୟରେ ପାର୍ଥକ୍ୟ କମାଇବା ପାଇଁ ବିଭିନ୍ନ ଦେଶର ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହା ଏପରି ଏକ ଯୁଗ ଯେଉଁଠି ଲୋକେ ଚନ୍ଦ୍ରରେ ମଧ୍ୟ ପାଦ ଥାପି ସାରିଲେଣି ଏହା ସହିତ ବୈଜ୍ଞାନିକମାନେ ନୂଆ ନୂଆ ଟେକନିକର ଆବିଷ୍କାର କରୁଛନ୍ତି ଯାହା ଜୀବନଶୈଳୀକୁ ସରଳ କରିବାରେ ସାହାଯ୍ୟ କରୁଛି । ବର୍ତ୍ତମାନ ଯୁଗରେ ଝିଅ ପୁଅଙ୍କ ସହିତ ପାଦକୁ ପାଦ ମିଶାଇ ଆଗକୁ ବଢୁଛନ୍ତି । ବର୍ତ୍ତମାନର ଏହି ଆଧୁନିକ ସମାଜରେ ଏପରି ଏକ ଦେଶ ଅଛି ଯେଉଁ ଦେଶରେ ମହିଳାମାନଙ୍କ ପାଇଁ ଡ୍ରେସ୍ କୋଡ୍ ନିର୍ଣ୍ଣୟ କରାଯାଇଛି ।

ତାଜିକସ୍ତାନର ସରକାର ୭ବର୍ଷର ଝିଅ ଠାରୁ ଆରମ୍ଭ କରି ୭୦ ବର୍ଷର ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଡ୍ରେସ୍ କୋଡ୍ ସ୍ଥିର କରିଛନ୍ତି । ଏଥିପାଇଁ ସଂସ୍କୃତି ମନ୍ତ୍ରଣାଳୟ ଏକ ବହି ମଧ୍ୟ ରିଲିଜ କରିଛନ୍ତି । ଏହି ବହିରେ ମହିଳାମାନେ କେଉଁ ଅବସରରେ କେଉଁ ପୋଷାକ ପିନ୍ଧିବେ ତାହା ଦର୍ଶାଯାଇଛି ।

CHILDREN

ସୂଚନା ଅନୁସାରେ ୯୦ ପ୍ରତିଶତ ମୁସଲମାନଥିବା ଏହି ଦେଶରେ ବୁର୍ଖା ଏବଂ ପାଶ୍ଚାତ୍ୟ ଦେଶର ପୋଷାକ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ବୁକ ଅଫ ରେକମେଣ୍ଡେସନ ନାମକ ଏହି ପୁସ୍ତକରେ ମନ୍ତ୍ରଣାଳୟ ପକ୍ଷରୁ ମହିଳାମାନଙ୍କୁ ପାରମ୍ପାରିକ ବା ତାଜିକ ପୋଷାକ ପିନ୍ଧିବା ପାଇଁ କୁହାଯାଇଛି ।

Tajikistan-woman-9

ସରକାରଙ୍କ ନିଷ୍ପତ୍ତି ଅନୁସାରେ ମହିଳାମାନେ କଳା ରଙ୍ଗର ପୋଷାକ ଆଦୌ ପିନ୍ଧିପାରିବେ ନାହିଁ । ସେହିପରି ପାଶ୍ଚାତ୍ୟ ଦେଶର ପାରମ୍ପାରିକ ପୋଷାକ, ସାର୍ବଜନୀନ ସ୍ଥାନରେ ସ୍ଲିପର, ବୁର୍ଖା ପିନ୍ଧିବା ଆଦିକୁ ବାରଣ କରାଯାଇଛି । ଜାତୀୟ ଛୁଟି ଦିବସରେ ଢିଲା ଏବଂ ହାଲୁକା ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି । ବିବାଦ ଏବଂ ଉତ୍ସବରେ ପାରମ୍ପାରିକ ପୋଷାକ ପିନ୍ଧିବା ପାଇଁ ମଧ୍ୟ କୁହାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More