Only for Entertainment

ଶୀତ ଦିନରେ ଚେହୋରାର ଯତ୍ନ କିପରି ନେବେ

texila connect
0 50

ଭିନ୍ନ ଭିନ୍ନ ଋତୁ ସହିତ ଭିନ୍ନ ଚାଲିଚଳଣି । ମଣିଷକୁ ବିଭିନ୍ନ ସମୟରେ ଖାପ ଖୁଆଇ ଚଳିବାକୁ ପଡ଼ିଥାଏ, ଯାହା ଏକ ସୁସ୍ଥ ଜୀବନ ତିଆରି କରିବାରେ ବିଶେଷ ସାହାର୍ଯ୍ୟ କରିଥାଏ । ସେହିଭଳି ବିଭିନ୍ନ ଋତୁରେ ନିଜ ତ୍ୱଚାର ଯତ୍ନ ମଧ୍ୟ ନେବାକୁ ପଡ଼ିଥାଏ । ଶୀତରୁ ରକ୍ଷା ପାଇବା ପାଇଁ ଯେଉଁଭଳି ଭାବରେ ଆମେ ସ୍ୱେଟର ପିନ୍ଧିଥାଉ ସେହିଭଳି ତ୍ୱଚାକୁ ରକ୍ଷା କରିବା ପାଇଁ ତା’ର ଯତ୍ନ ମଧ୍ୟ ନେବା ଦରକାର । ଶୀତ ଋତୁରେ ଥଣ୍ଡାର ପ୍ରକୋପ ଯୋଗୁଁ ତ୍ୱଚାରେ ବିଭିନ୍ନ ବରିବର୍ତ୍ତନ ଦେଖାଯାଏ ଏବଂ ଶୁଷ୍କ ମଧ୍ୟ । ତେଣୁ ସେ ସବୁରୁ ରକ୍ଷା ପାଇବା ପାଇଁ କିଛି ଉପାୟକୁ ଆପଣାଇବା ଦରକାର । ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ-

କ୍ଲିଞ୍ଜିଙ୍ଗ-
ଶୀତ ଦିନରେ ମୁହଁକୁ ବାରମ୍ବାର ଧୋଇବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଯାଏ । କିନ୍ତୁ ଦିନକୁ ୨ରୁ ୩ ଥର ସଫା କରି ପାରିବେ ଏବଂ ହାଇଡ୍ରେଟିଙ୍ଗ ଫେସୱାଶ ବ୍ୟବହାର କରନ୍ତୁ ।

ଏକ୍ସଫୋଲିଏସନ-
ଏହା ସାମାନ୍ୟ କ୍ଲିଞ୍ଜିଙ୍ଗ ଭଳି । ଆପଣ ଘରୋଇ ପ୍ୟାକକୁ ସପ୍ତାହକୁ ଥରେ ମାତ୍ର କରିପାରିବେ । ଏହା ଦ୍ୱାରା ତ୍ୱଚାରେ କୌଣସି ପ୍ରକାର କ୍ଷତି ଦେଖାଯିବ ନାହିଁ ।

ସନ ସିଲଡ-
ଶୀତ ଦିନରେ ସୁର୍ଯ୍ୟଙ୍କ ପ୍ରଖରରୁ ମଧ୍ୟ ନିଜର ଯତ୍ନ ନେବାକୁ ପଡ଼ିଥାଏ । ବାହାରକୁ ଯିବା ପୂର୍ବରୁ ସନ ସ୍କ୍ରିନ ବ୍ୟବାହାର କରନ୍ତୁ ଏବଂ ଏହାକୁ ଯିବାର ୧୫ ମିନିଟ ପୁର୍ବରୁ ବ୍ୟବହାର କରନ୍ତୁ ।

ମଏଶ୍ଚରାଇଜର-
ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ । ଯେଉଁ ଋତୁ ହେଉ ମଧ୍ୟ ସବୁବେଳେ ତ୍ୱଚାକୁ ମଏଶ୍ଚରାଇଜ ରଖିବା ଦରକାର ।ବିଶେଷ କରି ସର୍ଦ୍ଦି ତ୍ୱଚାକୁ ଖରାପ କରିପାରେ ଏବଂ ଏହା ବହୁ ଦିନ ପର୍ଯ୍ୟନ୍ତ ରହିଥାଏ । ତେଣୁ ମୋସୁମୀ ପରିବର୍ତ୍ତନ ଯୋଗୁଁ ଏହି ଋତୁରେ କୌଣସି କ୍ରିମ ବ୍ୟବହାର କରିବା ନିହାତି ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More