Only for Entertainment

ଖରାରେ ଏଭଳି ନିଅନ୍ତୁ ତ୍ୱଚାର ଯତ୍ନ ।

34

ଖରାଦିନେ ତ୍ୱଚାରେ ଦେଖା ଯାଉଥିବା ସମସ୍ୟା ଖୁବ ଜିଦିଆ । ଏହାଠାରୁ ଦୂରେଇ ନ ରହିଲେ ତ୍ୱଚା ଖୁବଶୀଘ୍ର ଖରାପ ହୋଇଯାଏ । ତେବେ କିଭଳି ଏଥିରୁ ରକ୍ଷା ପାଇହେବ ଆସନ୍ତୁ ଜାଣିବା କିଛି ସାଧାରଣ କଥା ।

ତ୍ୱଚା ପାଇଁ ଭିଟାମିନ ‘ସି‘ ବହୁତ ଲାଭଦାୟକ। କମଳା, ଲେମ୍ବୁ ଅଁଳା, ଅଙ୍ଗୁର ଟମାଟୋ ଆଦି ଭିଟାସିନ ‘ସି’ ରେ ପରିପୂର୍ଣ୍ଣ ଅଟେ। ଖରା ଦିନେ ଏହି ଫଳ ଖାଇବା ଦ୍ୱାରା ଚେହେରା ସହ ଶରୀର ମଧ୍ୟ ସୁସ୍ଥ ରହିଥାଏ।

ଖରାଦିନେ ତ୍ୱଚାକୁ ମଏଶ୍ଚରାଇଜ କରିବା ସହ ହାଇଡ୍ରେଡ ମଧ୍ୟ କରନ୍ତୁ । ଏହି ସମୟରେ ସପ୍ତାହରେ ଅତି କମରେ ୨ ଥର ହାଇଡ୍ରେଡ ଫେସ୍‌ ମାସ୍କ ବ୍ୟବହାର କରନ୍ତୁ। ଏହାଦ୍ୱାରା ତ୍ୱଚା ସତେଜ ଦେଖାଯିବା ସହ ବ୍ରଣ ଆଦି ସମସ୍ୟାରୁ ବି ମୁକ୍ତି ମିଳିଥାଏ।

ଖରା ଦିନେ ତ୍ୱଚାର ସବୁଠୁ ବଡ ଆବଶ୍ୟକତା ହେଉଛି ସନ୍‌ସ୍କ୍ରିନ୍‌। ଏହା ତ୍ୱଚାକୁ ଖରା ପ୍ରଭାବରୁ ରକ୍ଷା କରିଥାଏ। ତେଣୁ ଖରାଦିନେ ବାହାରକୁ ବାହାରିବା ପୂର୍ବରୁ  ହାତ, ବେକ ଆଉ ପାଦରେ ମଧ୍ୟ ସନ୍‌ସ୍କ୍ରିନ୍‌ ଲଗାଇବାକୁ ଭୁଲନ୍ତୁ ନାହିଁ।

ଖରା ଦିନେ ଯେତେ ହାଲକା ମେକଅପ୍‌ ନେବେ ସେତେ ଭଲ। ଏଥିଲାଗି ଚେହେରାରେ ବହୁତ କମ୍‌ ମେକଅପ୍‌ର ବ୍ୟବହାର କରନ୍ତୁ। ଅଧିକ ଫାଉଣ୍ଡେସନ ଓ କ୍ରିମ୍‌ର ବ୍ୟବହାରକୁ ଏଡ଼ାଇ ଯାଆନ୍ତୁ। ଅର୍ଗାନିକ୍‌ ଏବଂ ଲାଇଟ୍‌ କସମେଟିକ ଉତ୍ପାଦର ବ୍ୟବହାରକୁ ଗୁରୁତ୍ୱ ଦିଅନ୍ତୁ।

ତ୍ୱଚାକୁ ସତେଜ ରଖିବା ନିମନ୍ତେ ଟୋନର ନିୟମିତ ଭାବେ ବ୍ୟବହାର କରନ୍ତୁ। ଏହାକୁ ବ୍ୟବହାର ଦ୍ୱାରା ଅଏଲି ସ୍କିନ୍‌ରୁ ଆପଣ ରକ୍ଷା ପାଇପାରିବେ। ଏହାଦ୍ୱାରା ତ୍ୱଚାର ବହୁ ସମସ୍ୟା ଆପେ ଆପେ ଦୂର ହୋଇଯିବ। ଖରା ଦିନେ କାକୁଡ଼ି କିମ୍ୱା ଏଲୋଭେରା ଯୁକ୍ତ ଟୋନର ବହୁତ ଲାଭଦାୟକ ହୋଇଥାଏ।

ତ୍ୱଚାକୁ ସୁସ୍ଥ ରଖିବା ସହ ଏହାର ଚମକ ବଜାୟ ରଖିବାକୁ ପ୍ରଚୁର ପାଣି ପିଅନ୍ତୁ। ଏହାଦ୍ୱାରା ତ୍ୱଚାରୁ ମଇଳା ପଦାର୍ଥ ଝାଳ ହୋଇ ନିଷ୍କାସିତ ହୋଇଯାଇଥାଏ। ଦିନକୁ ଅତି କମ୍‌ରେ ୨ରୁ ୩ ଲିଟର ପାଣି ପିଇବା ଅଭ୍ୟାସ କରନ୍ତୁ। ଏହାଦ୍ୱାରା ଚେହେରା ଉଜ୍ଜ୍ୱଳ ଦେଖାଯିବା ସହ ସଫ୍ଟ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More