Only for Entertainment

ଘରେ ହେଉ କିମ୍ବା ମନ୍ଦିରରେ ପ୍ରବେଶ କଲାବେଳେ ଜୋତା କାହିଁକି ବାହାରେ ରଖାଯାଏ, ଜାଣନ୍ତୁ ଏହାର ରହସ୍ୟ !

WordZz
0 53

ଘର ହେଉ ଅବା ମନ୍ଦିର, ଆମେ ଯେତେବେଳେ ଭିତରକୁ ପ୍ରବେଶ କରୁ ସେତେବେଳେ ଜୋତାକୁ ବାହାରେ ରଖି ଭିତରକୁ ପ୍ରବେଶ କରିଥାଉ । କେତେକ ଲୋକ ଏପରି କରିବାକୁ ସଂସ୍କାର ଭାବରେ ଗ୍ରହଣ କରୁଥିବା ବେଳେ ଆଉ କେତେକ ଏହାର ଫାଇଦା ସମ୍ପର୍କରେ ଜାଣିବା ପରେ ଏପରି କରିଥାନ୍ତି । କେବଳ ଧାର୍ମିକ ଦୃଷ୍ଟିକୋଣ ନୁହେଁ, ବିଜ୍ଞାନ ଓ ବାସ୍ତୁଶାସ୍ତ୍ରରେ ମଧ୍ୟ ଏହା ସପକ୍ଷରେ ଯୁକ୍ତି ରହିଛି। ଏବେ ଆସନ୍ତୁ ଜାଣିବା, ବାହାରେ ଜୋତା କାଢ଼ି ଭିତରକୁ ପ୍ରବେଶ କରିବା ଦ୍ବାରା କ’ଣସବୁ ଫାଇଦା ମିଳିଥାଏ।

ଧାର୍ମିକ ଦୃଷ୍ଟିକୋଣ: ଧର୍ମଶାସ୍ତ୍ର ଅନୁସାରେ, କୌଣସି ଧାର୍ମିକ ଅନୁଷ୍ଠାନ, ମନ୍ଦିର ବା ଘର ଭିତରକୁ ପ୍ରବେଶବେଳେ ବାହାରେ ଜୋତା ରଖି ଯିବା ଉଚିତ। ଭିତରକୁ ଜୋତା ପିନ୍ଧି ଯିବା ଦ୍ୱାରା ଘର ଭିତରର ବାତାବରଣ ଅଶୁଦ୍ଧ ହୋଇଯାଇଥାଏ।

ବୈଜ୍ଞାନିକ କାରଣ: ଘର ବାହାରେ ଜୋତା କାଢ଼ି ଯିବାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବାହାରୁ ଆସିବାବେଳେ ଜୋତାରେ ମଇଳା ଲାଗିଥାଏ। ଏହି ଜୋତା ଘରକୁ ଭିତରକୁ ପିନ୍ଧି ଆସିଲେ, ଏଥିରେ ପୂର୍ବରୁ ଲାଗିଥିବା ଜୀବାଣୁସବୁ ମଧ୍ୟ ଘର ଭିତରକୁ ପ୍ରବେଶ କରନ୍ତି। ଫଳରେ ପରିବାରରେ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଥାଏ। ପରିବାରର ଶିଶୁଙ୍କ ଶରୀରକୁ ଏହି ଜୀବାଣୁ ସଂକ୍ରମଣ କରିଥାନ୍ତି, ଯାହା ଶିଶିଙ୍କୁ ରୋଗାକ୍ରାନ୍ତ କରିଥାଏ।

ଗବେଷଣାରୁ ଜଣାପଡ଼ିଛି, ବାହାରେ ବୁଲିବାବେଳେ ଜୋତାରେ ୭ ପ୍ରକାର ବ୍ୟାକ୍ଟେରିଆ ଲାଗିଥା’ନ୍ତି। ଏହି ଜୋତା ଘର ଭିତରକୁ ଆସିଲେ, ସଂପୃକ୍ତ ବ୍ୟାକ୍ଟେରିଆଗୁଡ଼ିକ ଘର ଭିରକୁ ମଧ୍ୟ ପ୍ରବେଶ କରିଥା’ନ୍ତି। ଏହା ଦ୍ୱାରା ଶ୍ୱାସନଳୀ ଓ ପାଚନତନ୍ତ୍ର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।

ବାସ୍ତୁଶାସ୍ତ୍ର: ବାସ୍ତୁଶାସ୍ତ୍ର ଅନୁସାରେ ଘର ବାହାରେ ଜୋତା କାଢ଼ି ରଖିବା ଶୁଭଦାୟକ। କାରଣ ଏହାଦ୍ୱାରା ଜୋତାରେ ଆସିଥିବା ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ମଧ୍ୟ ଜୋତା କାଢ଼ିବା ଉଚିତ୍ ନୁହେଁ। ଏହା ଦ୍ୱାରା ଧନର ଦେବୀ ମା’ ଲକ୍ଷୀ କୋପ କରିଥା’ନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More