Only for Entertainment

ସଂଧ୍ୟା ଚା’ ସହିତ ନିଅନ୍ତୁ ନୁଡଲ୍ସ କଟଲେଟର ମଜା

YouTube
0 77

ଆଜିକାଲି ନୁଡଲ୍ସ ଖାଇବା ସମସ୍ତଙ୍କୁ ପସନ୍ଦ । ପିଲା ଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏହା ଖାଇବାକୁ ପସନ୍ଦ କରିଥାନ୍ତି । ଯଦି ଆପଣ ନୁଡଲ୍ସ ଖାଇବା ପାଇଁ ପସନ୍ଦ କରିଥାନ୍ତି ତେବେ ସଂଧ୍ୟା ଚା’ ସମୟରେ ମଧ୍ୟ ଏହାର ମଜା ନେଇ ପାରିବେ । ତେବେ ଆସନ୍ତୁ ଜାଣିବା ନୁଡଲ୍ସ କଟଲେଟର ପ୍ରସ୍ତୁତି ପ୍ରଣାଳୀ…

ସାମଗ୍ରୀ-

ମ୍ୟାଗି କିମ୍ବା ନୁଡଲ୍ସ
ପାଣି- ୪ କପ
ସିଝା ଆଳୁ- ୨ଟି
ସିଝା ମଟର- ୩ ଚାମଚ
ସିଝା ମକା- ୩ ଚାମଚ
ଧନିଆ- ୨ ଚାମଚ
ଲଙ୍କା ଗୁଣ୍ଡ- ୧/୨ ଚାମଚ
ଆମଚୁର- ୧/୨ ଚାମଚ
ଲୁଣ- ସ୍ୱାଦ ଅନୁସାରେ
ମ୍ୟାଗି ମସଲା- ୧ ପ୍ୟାକେଟ
ବ୍ରେଡ କ୍ରମ୍ସ- ୧/୨ ଚାମଚ

ମଇଦା ପେଷ୍ଟ ପାଇଁ:

ମଇଦା- ୨ ଚାମଚ
କର୍ନଫ୍ଲୋର- ୨ ଚାମଚ
ଗୋଲମରିଚ- ୧/୪ ଚାମଚ
ଲୁଣ- ସ୍ୱାଦ ଅନୁସାରେ
ପାଣି- ୧/୨ କପ

ପ୍ରଣାଳୀ-

– ଏକ ପାତ୍ରରେ ସିଝା ଆଳୁ , ମଟର , ମକା ଓ ଧନିଆ ପକାଇ ମିଶାଇ ଦିଅନ୍ତୁ ।

– ଏଥିରେ ଲଙ୍କା ଗୁଣ୍ଡ, ଆମଚୁର, ଲୁଣ ଓ ମ୍ୟାଗି ମସଲା ପକାଇ ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ସିଝା ହୋଇଥିବା ନୁଡଲ୍ସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ।

– ଅନ୍ୟ ଏକ ପାତ୍ରରେ ମଇଦା, କନଫ୍ଲୋର, ଗୋଲମରିଚ, ଲୁଣ ଏବଂ ପାଣି ପକାଇ ଭଲଭାବେ ମିଶାଇ ଦିଅନ୍ତୁ ।

– ବର୍ତ୍ତମାନ କଟଲେଟ ମିଶ୍ରଣକୁ ଗୋଲ କିମ୍ବା ନିଜ ପସନ୍ଦ ଅନୁସାରେ ତିଆରି କରି ପ୍ରଥମେ ମିଇଦା ମିଶ୍ରଣ ଏବଂ ପରେ୍ ବ୍ରେଡ କ୍ରମ୍ସରେ ବୁଡାଇ ରଖନ୍ତୁ ।

– ଏକ ପ୍ୟାନରେ ତେଲ ଗରମ କରି କଟଲେଟକୁ ଗୋଲ୍ଡନ ବ୍ରାଉନ ହେବା ପର୍ଯ୍ୟନ୍ତ ଡିପ ଫ୍ରାଏ କରନ୍ତୁ ।

– ଆପଣଙ୍କର ନୁଡଲ୍ସ କଟଲେଟ ପ୍ରସ୍ତୁତ ହୋଇଗଲା । ଏହାକୁ ସସ ସହିତ ଗରମ ଗରମ ପରଶନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More