Only for Entertainment

ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇବା ଲାଗି ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ !

vkool.com
0 67

ଅନେକ ସମୟରେ ବ୍ୟକ୍ତି ଦୁଶ୍ଚିନ୍ତାଗ୍ରସ୍ତ ହେବାଦ୍ୱାରା ପରିବାରରେ ଅଶାନ୍ତି ବଢିଥାଏ । ଲୋକମାନେ ଏଥିରୁ ରକ୍ଷା ପାଇବା ପାଇଁ ଚିକିତ୍ସକଙ୍କ ପରାମର୍ଶ ନେଇଥାଆନ୍ତି, ମାତ୍ର ଏହାଦ୍ୱାରା କୌଣସି ଫଳ ମିଳେ ନାହିଁ । ଏହାର ମୁଖ୍ୟ କାରଣ ବାସ୍ତୁ ମଧ୍ୟ ହୋଇ ଥାଇପାରେ । ଏଠାରେ ବାସ୍ତୁରେ କିଛି ସରଳ ଉପାୟ କୁହାଯାଇଛି, ଯାହାକୁ ଆପଣେଇବା ଦ୍ୱାରା ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇପାରିବେ ।

  • ଶୋଇବା କକ୍ଷରେ ମଦ୍ୟପାନ କରନ୍ତୁ ନାହିଁ । ଏହାଦ୍ୱାରା ଦୁଶ୍ଚିନ୍ତା ବୃଦ୍ଧି ହୋଇଥାଏ । ଏହାସହ ଭୟାନକ ସ୍ୱପ୍ନ ମଧ୍ୟ ଆସିଥାଏ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ମଧ୍ୟ ସାମନା କରିବାକୁ ପଡିଥାଏ ।
  • ଘରେ ଫିକା ରଂଗ ଲଗାନ୍ତୁ । ଗାଢ କିମ୍ବା ଚମକଦାର ରଂଗ ଲଗାଇବା ଦ୍ୱାରା ଘରେ ଅଶାନ୍ତି ଦେଖା ଦେଇଥାଏ । ମାତ୍ର ଫିକା ରଂଗ ଘରେ ଶାନ୍ତି ପ୍ରଦାନ କରିଥାଏ ।
  • ରୋଷେଇ ଘରେ କଳା ରଂଗ ପଥରର ବ୍ୟବହାର କରିବା ଉଚିତ ନୁହେଁ । କାରଣ ଯଦି କିଛି ତରଳ ବସ୍ତୁ ତଳେ ପଡିଯାଏ ତେବେ ଏହି କଳା ରଂଗ ଯୋଗୁଁ ଜାଣିବା କଷ୍ଟ ହୋଇପଡେ । ତେଣୁ ରୋଷେଇ ଘରେ ଫିକା ରଂଗର ପତର ବ୍ୟବହାର କରିବା ଉଚିତ ।
  • ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ । ଏହା କାରଣରୁ ଘରେ ଦରିଦ୍ରତା ଦେଖା ଦେଇଥାଏ ।
  • ଘରେ ଅଳନ୍ଧୁ କିମ୍ବା ବୁଢିଆଣୀ ବସା ଲାଗିବାକୁ ଦିଅନ୍ତୁ ନାହିଁ । ଏହାଦ୍ୱାରା ମାନସିକ ଦୁଶ୍ଚିନ୍ତା ବଢିଥାଏ । ନିୟମିତ ଏହାକୁ ସଫା କରିବା ଜରୁରୀ ଅଟେ ।
  • ସକାଳେ ପୂଜା କରିବା ସମୟରେ ଉଲ କିମ୍ବା ସୂ୍ତା ନିର୍ମିତ ଚଟାଇ ବିଛାନ୍ତୁ ଏବଂ ସକାଳ ପୂଜା ୬ଟାରୁ ୮ଟା ମଧ୍ୟରେ ସମାପ୍ତ କରିବା ଉଚିତ ।
  • ଫିକା ରଂଗର ସୋଫା ସେଟ କିଣନ୍ତୁ । ଏହାଦ୍ୱାରା ଘରେ ଶାନ୍ତି ବୃଦ୍ଧି ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More