Only for Entertainment

ଅଭିନେତା ଅନୀଲ କପୁର ନିଜ ଆଗାମୀ ଫିଲ୍ମ ପାଇଁ ବଢାଉଛନ୍ତି ଓଜନ !

25

କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ତଖ୍ତ’ ପାଇଁ ଓଜନ ବଢାଉଛନ୍ତି ଅନିଲ କପୁର । ତେବେ ସର୍ବଦା ଫିଟ ଥିବା ଅନିଲଙ୍କୁ ଆଗାମୀ ଦିନରେ ମୋଟା ରୂପରେ ଦେଖିବାକୁ ପାଇବେ ଦର୍ଶକ । ତଖ୍ତ ଫିଲ୍ମ ସୁଟିଙ୍ଗ ପୂର୍ବରୁ ଅନିଲ ଏନେଇ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।

ନିଜ ଓଜନ ବୃଦ୍ଧି କରିବାରେ ସେ ନିଜ ଡାଏଟରେ ପରିବର୍ତ୍ତନ ଆଣିଛନ୍ତି । ତେବେ କରନଙ୍କ ଏହି ଫିଲ୍ମ ମୋଗଲ ସୁଲତାନଙ୍କ ଐତିହାସିକ କାହାଣୀ ଉପରେ ଆଧାରିତ ହେବ । ସବୁବେଳେ ଭିନ୍ନ ଭିନ୍ନ ଅନ୍ଦାଜରେ ଅଭିନୟ କରି ଦର୍ଶକଙ୍କ ମନ ଜିତୁଥିବା ଅନିଲ କପୁର ଏହି ଫିଲ୍ମରେ ଶାହଜାହାଁଙ୍କ ଭୁମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More