Only for Entertainment

ରିଲିଜ ହେଲା ଓଡିଆ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ‘ତୁମକୁ ଦେଖିନି’, ଦେଖିବାକୁ ମିଳିଲା ଅଶ୍ୱିନି-ପ୍ରେରଣାଙ୍କ ହାଲକା – ଫୁଲକା ରୋମାନ୍ସ

you tube
98

ମୁକ୍ତିଲାଭ କଲା ଓଡିଆ ରୋମାଂଟିକ୍ ଗୀତ ‘ତମକୁ ଦେଖିନି’ । ସିଦ୍ଧାର୍ଥ ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତରେ ସ୍ଥାନ ପାଇଛି ଏକ ମନଛୁଆଁ ପ୍ରେମ କାହାଣୀ । ଏଥିରେ ନାୟକ – ନାୟିକା ଭାବେ ଛୋଟ ପରଦାର ତାରକା ଅଶ୍ୱିନି ଓ ପ୍ରେରନାଙ୍କୁ ଦେଖିବାକୁ ମିଳିଛି । ଦୁହିଁଙ୍କ ଭିତରେ ହାଲକା – ଫୁଲକା ରୋମାନ୍ସ ଦେଖିବାକୁ ମିଳିଛି ଏହି ଗୀତରେ ।

ଅଶ୍ୱିନି ଓ ପ୍ରେରନାଙ୍କୁ ନେଇ ମୁକ୍ତିଲାଭ କରିଥିବା ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓର ଏଡିଟିଂ, ସ୍କ୍ରିନପ୍ଲେ ସହ ନିର୍ଦ୍ଦେଶନା ଦେଇଛନ୍ତି ଆଇଡଲ୍ ଓଡିଶା ଟିମ୍ । ଗୀତର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରୱାଲ୍ । ଆକର୍ଷଣୀୟ କାହାଣୀ ସହ ମନଛୁଆଁ ଗୀତ ଏହି ମ୍ୟୁଜିକ୍ ଭିଡିଓରେ ଶୁଣିବାକୁ ମିଳିଛି ଏହି ଭିଡିଓରେ । ଏଥିରେ ମନଜିଣିଛି ହ୍ୟୁମାନ୍ ସାଗରଙ୍କ ଆକର୍ଷଣୀୟ ଗାୟିକୀ । ଅସାଜ ନିଜାମଙ୍କ ସଙ୍ଗୀତରେ ଗୀତର ଲିରିକ୍ସ ଦେଇଛନ୍ତି ଅରୁଣ ମନ୍ତ୍ରୀ । ସୋସିଆଲ୍ ମିଡିଆରେ ଏହି ମ୍ୟୁଜିକ୍ ଭିଡିଓକୁ ଦର୍ଶକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More