Only for Entertainment

‘ଗୋଲମାଲ ଲଭ’ ପରେ ଓଲିଉଡରେ ବଢିଲା ତମନ୍ନାଙ୍କ ଡିମାଣ୍ଡ !

google
45

ଓଲିଉଡର ଜଣାଶୁଣା ନାୟିକା ତମନ୍ନା ଓଲିଉଡର ଟପ୍ ହିରୋ ବାବୁସାନଙ୍କ ସହ ନୂଆ ଓଡିଆ ସିନେମା ‘ଗୋଲମାଲ୍‍ ଲଭ’ରେ କାମ କରି ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ସିନେମା ହିଟ୍‍ ହେବା ପରେ ତମନ୍ନାଙ୍କ ଡିମାଣ୍ଡ ବି ବଢିଗଲା ବୋଲି ଓଲଉଡରେ ଶୁଣିବାକୁ ମିଳୁଛି । ସେ ସଂଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡିଆ ଫିଲ୍ମ ‘ଜୋକର୍‍’ରୁ କ୍ୟାରିୟର ଆରମ୍ଭ କରିଥିଲେ । ଏଥିରେ ପପୁ ପମ୍‍ପମ୍‍ଙ୍କ ଅପୋଜିଟ୍‍ରେ ଆସିଥାନ୍ତେ ତମନ୍ନା । କିନ୍ତୁ ଏହି ଫିଲ୍ମଟି ଅଧାରେ ଅଟକି ରହିଛି ।

ତେବେ ତମନ୍ନାଙ୍କ ପ୍ରଥମ ମୁକ୍ତିପ୍ରାପ୍ତ ସିନେମା ହେଲା ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଭାଇନା କ’ଣ କଲା ସେ’ ଏଥିରେ ନବାଗତା ବାଳକୃଷ୍ଣଙ୍କ ବିପକ୍ଷରେ ଆସିଥିଲେ ସେ । ତା’ ପରେ ତମନ୍ନରଙ୍କୁ ‘ନିଝୁମ ରାତିର ସାଥୀ’ ସିନେମାରେ ଦେଖିବାକୁ ପାଇଥିଲେ ସିନେପ୍ରେମୀ, ଏହି ଫିଲ୍ମରେ ଜ୍ୟୋତିଙ୍କ ସହ ନଜର ଆସିଥିଲେ ତମନ୍ନା ।

ଅର୍ଦ୍ଧେନ୍ଦୁଙ୍କ ସହ ବି ତାଙ୍କୁ ‘ବ୍ଲାକମେଲ୍‍’ରେ ଦେଖିବାକୁ ମିଲିଥିଲା ଏ ବର୍ଷ । ତମନ୍ନା ଆଉ ଜଣେ ଜଣାଶୁଣା ନାୟକ ଚନ୍ଦନଙ୍କ ସହିତ ‘ଲୁଚେଇ ଦେ ମୋତେ ଛାତି ଭିତରେ’ ସିନେମାରେ ଆସୁଛନ୍ତି । ଠିକ୍ ସେହିପରି ତମନ୍ନା ଜ୍ୟୋତିଙ୍କ ସହ ‘ସୁପରବୟ’ରେ ମଧ୍ୟ ଆସୁଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ତମନ୍ନା ଏକ ତେଲୁଗୁ ସିନେମା ପାଇଁ ବି ଚୁକ୍ତିବଦ୍ଧ ହୋଇଥିଲେ । ଏଣେ ଏ ବର୍ଷ ଆହୁରି କେତୋଟି ନୂଆ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More