Only for Entertainment

ସଲମାନଙ୍କ ଭଳି ଏହି ବାହୁବଲୀ ଅଭିନେତ୍ରୀ ମଧ୍ୟ କରନ୍ତି ନାହିଁ ରୋମାଂଟିକ ସିନ, ଜାଣନ୍ତୁ !

43

ସାଉଥ ଏବଂ ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ ଫିଲ୍ମ ସରାଇ ନରସିହ୍ମା ରେଡ୍ଡିରେ ନଜର ଆସିଥିଲେ । ଏହି ଫିଲ୍ମରେ ତମନ୍ନାଙ୍କ ଭୂମିକାକୁ ଖୁବ ପ୍ରଶଂସା ମିଳିଥିଲା । ତାଙ୍କ ଅଭିନୟ ଡେବ୍ୟୁରୁ ଅନେକ ଜିନିଷ ବଦଳିଯାଇଛି କିନ୍ତୁ ସେ ଆରମ୍ଭରୁ ଏବେ ପର୍ଯ୍ୟନ୍ତ‘ନୋ କିସିଂ’ରୁଲ ବଜାୟ ରଖିଛନ୍ତି । ଏକ ସାକ୍ଷାତକାରରେ ଏହି ନିୟମ ପରିବର୍ତ୍ତନ ବିଷୟରେ ପଚରାଯିବାରୁ କହିଥିଲେ ଯେ ଅନସ୍କ୍ରିନ ସେ କାହାକୁ କିସ କରନ୍ତି ନାହିଁ । ଏଭଳି ନିୟମ ସେ ଅଭିନୟ ଆରମ୍ଭ କରିବା ବେଳରୁ ହିଁ ରଖି ଆସିଛନ୍ତି । ତମନ୍ନା କହିଛନ୍ତି ସେ ଯେତେବେଳେ ୧୩ବର୍ଷ ବୟସରେ ଥିଲେ ସେ ଏହି କଳା ଜଗତରେ ପାଦ ଦେଇଥିଲୋ ସେହି ଭଳି ବଲିଉଡରେ ସଲମାନ ମଧ୍ୟ ଅନସ୍କ୍ରିନ କାହାକୁ କିସ କରନ୍ତି ନାହିଁ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ତମନ୍ନାଙ୍କ ପାଖରେ ଏବେ ଅନେକ ପ୍ରୋଜେକ୍ଟ ରହିଛି । ଏବେ ସେ ‘ବୋଲେ ଚୁଡିଆଁ’ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ନବାଜୁଦ୍ଦିନଙ୍କ ବିପକ୍ଷରେ ନଜର ଆସିବେ । ତେବେ ଏହି ଫିଲ୍ମ ମୌନୀ ରୟ ସାଇନ କରିଥିଲେ ମାତ୍ର ପରେ ଏହି ଫିଲ୍ମରେ ତମନ୍ନାଙ୍କୁ ନିଆଯାଇଥିଲା । ନବାଜଙ୍କ ସହ କାମ କରିବା ବିଷୟକୁ ନେଇ ତମନ୍ନା କହିଛନ୍ତି ସେ ଖୁବ ମଜା ଅନୁଭବ କରିଥିଲେ କାରଣ ସେ ଜଣେ ଅଭିନେତା ଦୃଷ୍ଟିରୁ ନବାଜଙ୍କୁ ଖୁବ ସମ୍ମାନ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More